logo

ଅବସର ପ୍ରାପ୍ତ ସୈନିକ କଲ୍ୟାଣ ସଂଘର ବାର୍ଷିକ ସମ୍ମିଳନୀ।

ଅବସର ପ୍ରାପ୍ତ ସୈନିକ କଲ୍ୟାଣ ସଂଘର ବାର୍ଷିକ ସମ୍ମିଳନୀ।

ପାଟଣା-ଅଵସର ପ୍ରାପ୍ତ ସୈନିକ କଲ୍ୟାଣ ସଙ୍ଘ ପାଟଣା ସାହାରପଡା ତରଫରୁ ରବିବାର ବାର୍ଷିକ ସମ୍ମିଳନୀ ପାଟଣା ବୈତରଣୀ ତୀର୍ଥ ଠାରେ ଅନୁଷ୍ଠିତ ହୋଇ ଯାଇଛି।ସଂଘର ସଭାପତି କ୍ୟାପଟେନ ଉପେନ୍ଦ୍ର କୁମାର ମହାନ୍ତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମ ରେ ହନେରି ଲେଫ୍ଟିନାଣ୍ଟ ରମାକାନ୍ତ ମହାନ୍ତ, ହନେରି ଏସ ଏମ ପ୍ରେମାନନ୍ଦ ମହାନ୍ତ , ହନେରି ଏସ ଏମ ଡମ୍ବରୁଧର ମହାନ୍ତ, ହାବିଲଦାର ପୂର୍ଣ୍ଣଚନ୍ଦ୍ର ମହାନ୍ତ, ହାବିଲଦାର ହେମନ୍ତ ମହାନ୍ତ, ହାବିଲଦାର ମଧୁସୂଦନ ମହାନ୍ତ, ନାଏବ ସୁବେଦାର ମହେଶ୍ବର ମହାନ୍ତ ,ହନେରି ନାଏବ ସୁବେଦାର ଶରତ ଚନ୍ଦ୍ର ମହାନ୍ତ, ଏସ ଏମ ଲାଲ ମୋହନ ମୁଣ୍ଡା, ନାଏକ ଶଙ୍କର୍ଷଣ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଏହି ସମ୍ମିଳନୀ କୁ କ୍ୟାପଟେନ ଉପେନ୍ଦ୍ର ମହାନ୍ତ ଓ ସୁବେଦାର ନାରାୟଣ ବାରିକ୍ ପରିଚାଳନା କରିଥିଲେ।ଦେଶ ପ୍ରତି ଥିବା ସୈନିକ ମାନଙ୍କ ତ୍ୟାଗ ଓ ବଳିଦାନ କୁ ସମସ୍ତେ ଭୁଇୟସୀ ପ୍ରସଂଶା କରିଥିଲେ।ସଭାକାର୍ଯ୍ୟ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଖେଳ ଅନୁଷ୍ଠିତ ହୋଇଥିଲା।ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କାର ପ୍ରଦାନ କରିଥିଲେ।ଏହା ପରେ ଝୁମୋର ନୃତ୍ୟ ଓ ସଙ୍ଗୀତ ରେ ପରିବେଶ ବେଶ୍ ରୋମାଞ୍ଚକର ହୋଇଥିଲା। ଆସୋସିଏସନର ସମସ୍ତ ସଦସ୍ୟ ନିଜ ପରିବାର ସହିତ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଆନନ୍ଦ ଉଠେଇ ଥିଲେ।ଦିବଙ୍ଗତ ସୈନିକ ମାନଙ୍କ ପତ୍ନୀ ବୀର୍ ନାରୀ ମାନେ ମଧ୍ୟ ଏହି କାର୍ଯ୍ୟ କ୍ରମରେ ଭାଗ ନେଇ ଥିଲେ। ପରିଶେଷରେ ସମସ୍ତେ ଏକ ଭୋଜିରେ ସାମିଲ ହୋଇ ପରସ୍ପର ସହିତ ସଦଦ୍ଭାବନା ର ଆନନ୍ଦ ଉଠାଇ ଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

7
1057 views