ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀରେ ପାଟଣା ର ତୁଙ୍ଗ ନେତା ଙ୍କୁ ନୂଆ ଦାୟିତ୍ୱ।
ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀରେ ପାଟଣା ର ତୁଙ୍ଗ ନେତା ଙ୍କୁ ନୂଆ ଦାୟିତ୍ୱ।
ପାଟଣା -୨୮/୧୨/୨୫ ; ବିଜେଡି ସଭାପତି ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ କମିଟି ଘୋଷଣା କରିଛନ୍ତି। ଏହି କମିଟିରେ ପାଟଣା ଅଞ୍ଚଳ ର ବରିଷ୍ଠ ନେତା ମାନଙ୍କୁ ଉପ ସଭାପତି ଓ ସାଧାରଣ ସମ୍ପାଦକ ଭଳି ପଦବୀରେ ଅବସ୍ଥାପିତ କରାଯାଇଥିବାରୁ ପାଟଣା ବିଜେଡି ମହଲରେ ଆନନ୍ଦ ପ୍ରକାଶ ପାଇଛି। ବିଜେଡି ଜିଲ୍ଲା ଉପ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ରାହାସ ବିହାରୀ ପୃଷ୍ଟି ,ଗୋବିନ୍ଦ ଚନ୍ଦ୍ର ମହାନ୍ତ ,ସାଧାରଣ ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ଭଞଦେଓ , ନିରଞ୍ଜନ ତ୍ରିପାଠୀ , ମହେନ୍ଦ୍ର କୁମାର ସାହୁ , ବସନ୍ତ ମିଶ୍ର ଏବଂ ସମ୍ପାଦକ ଭାବେ ଶତ୍ରୁଘନ ସିଂହ ଙ୍କ ଭଳି ତୁଙ୍ଗ ନେତା ମାନଙ୍କୁ ନୂଆ ଦାୟିତ୍ୱ ମିଳିଥିବାରୁ ପାଟଣା ବିଧାନସଭା କ୍ଷେତ୍ରରେ ଦଳୀୟ ସଂଗଠନ ମଜବୁତ ହେବ ଦଳୀୟ ମହଲରେ ଚର୍ଚ୍ଚା ହୋଇଛି। ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଏହି ନେତା ମାନଙ୍କ ନେତୃତ୍ୱ ଦଳକୁ ଅଧିକ କ୍ରିୟାଶୀଳ କରାଇବ ବୋଲି ରାଜନୈତିକ ଚର୍ଚ୍ଚା ହେଉଛି।
ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।