
ନିରାକାରପୁର ସର୍ବଭାରତୀୟ ଫୁଟବଲ :
ସି.ଜି.ୟୁ ହରାଇ ଧାନବାଦ ଫାଇନାଲ ରେ
ଖୋର୍ଦ୍ଧା,୨୬/୧୨/୨୫(ଏ.ଆଇ.ଏମ.ଏ):ଖୋର୍ଦ୍ଧା ଜ଼ିଲ୍ଲା ନିରାକାରପୁର ସ୍ଥିତ ସଖାସଙ୍ଘ ଆନୁକୂଲ୍ୟରେ ଚାଲିଥିବା ୩୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଆଜି ସି ଭି ରମଣ ଗ୍ଲୋବାଲ ୟୁନିଭରସିଟି କୁ ୪-୧ ଟ୍ରାଇବ୍ରେକର ଗୋଲ ରେ ହରାଇ ଧlନବାଦ ପ୍ରଥମ ଦଳ ଭାବେ ଫାଇନାଲ କୁ ଉତୀର୍ଣ୍ଣ ହୋଇଛି l ଆଜିର ଖେଳକୁ ଶେଖlବତ, ପରିଚାଳନା କରିଥିବା ବେଳେ, ଲାଇନ ରେ ପ୍ରିୟବ୍ରତ ବାହିନୀପତି, ସାଇରାମ କିସ୍କୋ ସହାୟତା କରିଥିଲେ l , ଅବିନାଶ ପଟ୍ଟନାୟକ ଫୋର୍ଥ ଅଫିସିଆଲ, ଅକ୍ଷୟ କୁମାର ପଟ୍ଟନାୟକ ମ୍ୟାଚ କମିଶନର ,ହୃଦାନନ୍ଦ ମହତ ରାୟ,ଓମ ପ୍ରକାଶ ମିଶ୍ର ସହାୟତା କରିଥିଲେ l ବିପିନ କୁମାର ଜୟସିଂହ ଙ୍କ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଓ ବେଗୁନିଆ ର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବିଶିଷ୍ଟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ଯୁବ ଡାକ୍ତର ରାୟ, ଟାଙ୍ଗୀ ବ୍ଲକ ଅଧକ୍ଷା ରିସ୍ନା ମାନ୍ଧାତା,ସରପଞ୍ଚ ସୌରଭ ମହାପାତ୍ର,ଯୁବ ନେତା ସୁନୀଲ ନରେନ୍ଦ୍ର, ସମିତିସଭ୍ୟ ରମେଶ ବିଶ୍ୱାଳ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ବେଷ୍ଟ ପ୍ଲେୟାର ଭାବେଧାନବାଦ ଦଳର ୩ ନଂ ଓ ସି ଭି ରମଣ ର ୮ ନଂ ଖେଳାଳି ଦ୍ବୟ ଙ୍କୁ କେଦାର ଜୟସିଂହ ମେମୋରିଆଲ ଟ୍ରଫି ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ ଓ ପ୍ରଶାନ୍ତ କୁମାର ପାଟ୍ଟଶାଣୀ ମଞ୍ଚ ପରିଚାଳନା କରିଥିଲେ ।କୁମାରୀ ମେଘନା ବଳିୟାରସିଂହ ଧନ୍ୟବାଦ ପ୍ରଦାନ କରିଥିଲେ ।ରବିବାର ଦ୍ୱିତୀୟ ସେମି ଫାଇନାଲ ରେ ଏସ ପି ଏମ ବିଶାଖାପାଟଣା ସହିତ ଶବର ସ୍ପୋର୍ଟିଂ ଭୁବନେଶ୍ୱର ସହିତ ଖେଳ ହେବାର ସଖାସଙ୍ଘ କାର୍ଯ୍ୟକାରୀ ସମ୍ପାଦକ ଦୀପକ ପ୍ରଧାନ ସୂଚନା ଦେଇଛନ୍ତି l
Write Your Comment...