
ସାହାରପଡାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ।
ସାହାରପଡାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ।
ପାଟଣା-୨୬/୧୨, ପାଟଣା ନିର୍ବାଚନ ମଣ୍ଡଳୀ ବିଜୁଜନତା ଦଳ ପକ୍ଷରୁ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ଅଧ୍ୟକ୍ଷତାରେ ଆଜି ସାହାରପଡା ରେ ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି।ଛାତ୍ର ନେତା ବିପ୍ଳବ ପୃଷ୍ଟି ସଂଯୋଜନା କରିଥିବା ବେଳେ ଏହି ପ୍ରତିଷ୍ଠା ଦିବସରେ ନିର୍ବାଚନ ମଣ୍ଡଳୀ ର ପାଟଣା, ଝୁମ୍ପୁରା, ସାହାରପଡା ଓ ଚମ୍ପୁଆ ବ୍ଲକ ର ଶତାଧିକ କର୍ମୀ ଯୋଗଦାନ କରିଥିଲେ।କାର୍ଯ୍ୟକ୍ରମ ରେ ପାଟଣା ବ୍ଲକ ବିଜେଡ଼ି ସଭାପତି ମାଧବାନନ୍ଦ ପୃଷ୍ଟି,ସାହାରପଡା ବ୍ଲକ ବିଜେଡି ସଭାପତି ଦିଲ୍ଲୀପ ସାହୁ,ବରିଷ୍ଠ ନେତା ସତ୍ୟବ୍ରତ ନାଏକ,ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ଜିଲ୍ଲା ପରିଷଦ, ରୁନୁ ମହାନ୍ତ, ବୁଦ୍ଧଦେବ ମହାକୁଡ଼ ,ପୂର୍ବତନ ସାହାରପଡା ବ୍ଲକ ଅଧ୍ୟକ୍ଷା ରମ୍ଭାବତୀ ଦେହୁରୀ,ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ କୁମାର ଭଞ୍ଜଦେଓ,କୃଷ୍ଣଚନ୍ଦ୍ର ମହାପାତ୍ର,କିରଣ ବାଳା ସିଂ,ଅନିତା କୁସୁମୁଳିଆ,ନିରଞ୍ଜନ ତ୍ରିପାଠୀ, ଲକ୍ଷ୍ମୀଧର ମହାନ୍ତ, ବିଜୟ ଖଟୁଆ,ମହେନ୍ଦ୍ର ସାହୁ, ସୁଶାନ୍ତ ପ୍ରଧାନ, ଶତ୍ରୁଘ୍ନ ସିଂ, ଭିକାରୀ ରଣା, ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ, ସମିତି ସଭ୍ୟ ଭୁବନେଶ୍ଵର ମହାନ୍ତ,ମୋହନ ସୁନ୍ଦର ମହାନ୍ତ, ବିଜୟ ପଇଦା, ସମିତି ସଭ୍ୟା ବୈଦେଇ ନାଏକ, ପୂର୍ବତନ ସରପଞ୍ଚ ପାର୍ବତୀ ହୋ , ନମିତା ମହାନ୍ତ,ଯୁବ ନେତା ଭବାନୀ ଶଙ୍କର ମହାନ୍ତ, ଉପେନ୍ଦ୍ର ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ। ପ୍ରମୁଖ ବରିଷ୍ଠ କାରକର୍ତା ମାନେ ମଞ୍ଚାସିନ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂଆ ଓଡ଼ିଶା ର ବିନ୍ଧାଣି ବୋଲି ବର୍ଣ୍ଣନା କରିବା ସହ କର୍ମୀ ମାନେ ନିରାଶ ନହୋଇ ତୃଣମୂଳ ସ୍ତରରେ ନିଜକୁ ସାମିଲ କରି ସାଧାରଣ ଜନତାଙ୍କ ନିକଟତର ହେବା ପାଇଁ ନେତା ଓ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ।ମିଛ ପ୍ରତିଶ୍ରୁତି ବେସିଦିନ ଚାଲିବ ନାହିଁ।ବିଜୁଜନତା ଦଳ ପୁନର୍ବାର କ୍ଷମତା କୁ ଆସିବ ଓ ଓଡ଼ିଆ ବିକାଶର ଶିଖରରେ ପହଞ୍ଚିବ ବୋଲି କହିଥିଲେ।ପ୍ରତିଷ୍ଠା ଦିବସରେ ନିର୍ବାଚନ ମଣ୍ଡଳୀ ର ସମସ୍ତ ପଞ୍ଚାୟତ ରୁ ମହିଳା,ଛାତ୍ର, ଯୁବ ଓ ବିଜୁଜନତା ଦଳର ଶତାଧିକ କର୍ମକର୍ତା ଯୋଗ ଦେଇଥିଲେ ।
ବିଜୟ ରତ୍ନ ପତିଙ୍କ ରିପୋର୍ଟ।