ବନବାସୀ କଲ୍ୟାଣ ଆଶ୍ରମ କେନ୍ଦୁଝର ର ବାର୍ଷିକ ଉତ୍ସବ।
ବନବାସୀ କଲ୍ୟାଣ ଆଶ୍ରମ କେନ୍ଦୁଝର ର ବାର୍ଷିକ ଉତ୍ସବ। କେନ୍ଦୁଝର - 26/12,କେନ୍ଦୁଝରଗଡ଼ ପୌର ପାଳିକା ଅନ୍ତର୍ଗତ ଜାମୁଁ ହୋତା ସୁଦର୍ଶନ ଭବନ ପରିସରରେ ବନବାସୀ କଲ୍ୟାଣ ଆଶ୍ରମ, ଓଡିଶା କେନ୍ଦୁଝର ଶାଖା ର ୩ୟବାର୍ଷିକ ଉତ୍ସବ କଲ୍ୟାଣ ଆଶ୍ରମର ଜିଲ୍ଲା ସଭାପତି ଡମ୍ବରୁଧର କୁଦାଦା ଙ୍କ ସଭାପତିତ୍ୱ ରେ ନିରାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ସମ୍ମାନିତ ଅତିଥି ଭାବେ କେନ୍ଦୁଝରଗଡ଼ ପୌର ପାଳିକା ଅଧ୍ୟକ୍ଷl ଶ୍ରୀମତୀ ନିକୁ ସାହୁ ଏବଂ ମୁଖ୍ୟବକ୍ତା ଭାବେ ଓଡିଶା ପ୍ରାନ୍ତ ଶ୍ରଦ୍ଧା ଜାଗରଣ ପ୍ରମୁଖ ବିଦ୍ୟାଧର ମହାନ୍ତ ଯୋଗ ଦେଇ 'ଆଦିବାସୀ ହିନ୍ଦୁ ସମାଜ ପାଇଁ ଆଦିବାସୀ ସଂଗ୍ରାମୀ, ସହିଦ ମାନଙ୍କ ତ୍ୟାଗ ବଳିଦାନ ଉପରେ ଆଲୋକପାତ କରି ବନବାସୀ କ୍ଷେତ୍ରର ଲୁଚି ରହିଥିବା ଗାଥା କୁ ଲୋକ ଲୋଚନକୁ ଆଣିବାକୁ ଦିଗଦର୍ଶନ ଦେଇଥିଲେ l ମୁଖ୍ୟଅତିଥି ଓ ବକ୍ତା ଆଦିବାସୀ ମାନଙ୍କୁ ସୁଚିନ୍ତିତ ଧର୍ମାନ୍ତିକରଣ କରାଯାଉ ଥିବାରୁ ଓ ସେମାନଙ୍କ ମନରେ ବିଷର ମଞ୍ଜି ବୁଣା ଯାଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ l ପ୍ରଥମେ ଅତିଥି ମାନେ ବନବାସୀ କଲ୍ୟାଣ ଆଶ୍ରମର ପ୍ରତିଷ୍ଠାତା ଵାଲା ସାହେବ ଦେଶ ପାଣ୍ଡେ ଓ ଭାରତ ମାତାଙ୍କ ଫଟୋ ଚିତ୍ରରେ ଧୂପ, ପ୍ରଦୀପ ପ୍ରଯ୍ୟଳନ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l କାର୍ଯ୍ୟକ୍ରମ କୁ ପ୍ରାନ୍ତ ସହ ଶ୍ରଦ୍ଧା ଜାଗରଣ ପ୍ରମୁଖ ସରୋଜ ଶତପଥୀ ସଂଯୋଜନା କରି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବନବାସୀ କଲ୍ୟାଣ ଆଶ୍ରମ ର ସମ୍ପାଦକ ଜୟକୃଷ୍ଣ ମହାନ୍ତ ଅନୁଷ୍ଠାନ ର ସମ୍ପାଦକୀୟ ବିବରଣୀ ପାଠ କରି ଆଶ୍ରମର ଅନ୍ତେବାସୀ ଛାତ୍ର ମାନଙ୍କ ପାଇଁ ସହଯୋଗ ର ହାତ ବଢ଼ାଇବାକୁ ନିବେଦନ କରିଥିଲେ l ଶେଷରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇ ଥିଲା l କାର୍ଯ୍ୟକ୍ରମକୁ ଜିଲ୍ଲା ସହସମ୍ପାଦକ ବୀରଭଦ୍ର ସେଠୀ, ଘନଶ୍ୟାମ ମହାନ୍ତ, ଜିଲ୍ଲା ପରିଷଦ ସଦସ୍ୟ ଡମ୍ବରୁଧର କୁଦାଦା, ଲାବଣେନ୍ଦୁ ମହାନ୍ତ ପ୍ରମୁଖଙ୍କ ସହଯୋଗୀତା ରେ ପରିଚାଳିତ ହୋଇଥିଲା lଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।