
ନିରାକାରପୁର ସର୍ବଭାରତୀୟ ଫୁଟବଲ :
କଲିକତା କୁ ହରାଇ ସି.ଜି.ୟୁ ସେମିରେ
ଖୋର୍ଦ୍ଧା,୨୬/୧୨/୨୫(ଏ.ଆଇ.ଏମ.ଏ):ଖୋର୍ଦ୍ଧା ଜ଼ିଲ୍ଲା ନିରାକାରପୁର ସ୍ଥିତ ସଖାସଙ୍ଘ ଆନୁକୂଲ୍ୟରେ ଚାଲିଥିବା ୩୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଆଜି ହିନ୍ଦୁସ୍ତାନ ହିରୋଜ କଲିକତା କୁ ୧-୦ ଗୋଲ ରେ ହରାଇ ସି ଭି ରମଣ ଗ୍ଲୋବାଲ ୟୁନିଭରସିଟି ଦ୍ୱିତୀୟ ଦଳ ଭାବେ ସେମି ଫାଇନାଲ କୁ ଉତୀର୍ଣ୍ଣ ହୋଇଛି l ଆଜିର ଖେଳକୁ ବିଜୟ କୁମାର ମଙ୍ଗରାଜ ପରିଚାଳନା କରିଥିବା ବେଳେ, ଲାଇନ ରେ ପ୍ରିୟବ୍ରତ ବାହିନୀପତି, ସାଇରାମ କିସ୍କୋ ସହାୟତା କରିଥିଲେ l , ଅବିନାଶ ପଟ୍ଟନାୟକ ଫୋର୍ଥ ଅଫିସିଆଲ, ଅକ୍ଷୟ କୁମାର ପଟ୍ଟନାୟକ ମ୍ୟାଚ କମିଶନର ,ହୃଦାନନ୍ଦ ମହତ ରାୟ,ଓମ ପ୍ରକାଶ ମିଶ୍ର ସହାୟତା କରିଥିଲେ l ବିପିନ କୁମାର ଜୟସିଂହ ଙ୍କ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ଡାକ୍ତର ସିଦ୍ଧାର୍ଥ ଦାଶ,ସମ୍ମାନିତ ଅତିଥିଭାବେ ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠାତା ସୁଧୀର ମାନସିଂହ, ନିରାକାରପୁର ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟ , ଜଙ୍କିଆ ଥାନା ଆଇଆଇସି ସୁଶାନ୍ତ କୁମାର ବେହେରା , ବିଶିଷ୍ଟ ସମାଜସେବୀ ଜାନକୀ ମହାପାତ୍ର, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ ବିଭୂତି ଭୂଷଣ ଆଚାର୍ଯ୍ୟ, କଳିଙ୍ଗ ଭେଟରାନ ଆସୋସିଏସନ୍ ର ସମ୍ପାଦକ ବିପିନ୍ ବିହାରୀ ମାନସିଂହ, ଅଧ୍ୟାପକ ପ୍ରାଣେଶ୍ୱର ଜୟସିଂହ, ଦୋଛିଆଁ ସରପଂଚ ବନମାଳୀ ରାଉତରାୟ ଓ କାଦୁଆଘଟ ସରପଂଚ ଦୁଃଶାସନ ସ୍ୱାଇଁ, ଦେଇପୁର ସରପଞ୍ଚ ଅଜୟ କୁମାର ପ୍ରଧାନ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ବେଷ୍ଟ ପ୍ଲେୟାର ଭାବେ ଉଭୟ ଦଳର ଧ୍ୟାନ ଓ ଦେବତମ ଦୁଇ ଖେଳାଳିଙ୍କୁ କେଦାର ଜୟସିଂହ ମେମୋରିଆଲ ଟ୍ରଫି ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ ଓ ପ୍ରଶାନ୍ତ କୁମାର ପାଟ୍ଟଶାଣୀ ମଞ୍ଚ ପରିଚାଳନା କରିଥିଲେ ।କୁମାରୀ ମେଘନା ବଳିୟାରସିଂହ ଧନ୍ୟବାଦ ପ୍ରଦାନ କରିଥିଲେ ।ଶନିବାର ପ୍ରଥମ ସେମି ଫାଇନାଲ ରେ ସି ଭି ରମଣ ଗ୍ଲୋବାଲ ୟୁନିଭରସିଟି ସହିତ ଧlନବାଦ ଫୁଟବଲ କ୍ଲବ ଝାଡଖଣ୍ଡ ସହିତ ଖେଳ ହେବାର ସଖାସଙ୍ଘ କାର୍ଯ୍ୟକାରୀ ସମ୍ପାଦକ ଦୀପକ ପ୍ରଧାନ ସୂଚନା ଦେଇଛନ୍ତି l