logo

କେନ୍ଦୁଝର ସଦର ମହକୁମାରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ।

କେନ୍ଦୁଝର ସଦର ମହକୁମାରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ।

- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିଜେଡି ନେତୃବୃନ୍ଦଙ୍କ ସମାଲୋଚନା

କେନ୍ଦୁଝର, ୨୬ା୧୨: କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଶୁକ୍ରବାର ଦିନ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସକାଳେ କେନ୍ଦୁଝର ଟାଉନ ଥାନା ଛକରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିଶାଳ ପ୍ରତିମୂର୍ତ୍ତିରେ ଦଳର ନେତା ଓ କର୍ମୀମାନେ ମାଲ୍ୟାର୍ପଣ କରିବା ସହ ଏକ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ବହୁ ବରିଷ୍ଠ ନେତା କେନ୍ଦ୍ର ଓ ରାଜ୍ୟରେ ଥିବା ବିଜେପି ସରକାରଙ୍କ ବିଫଳତାକୁ ସମାଲୋଚନା କରିଥିଲେ। ଦୁଇଗୁଣା ପଦ୍ମ ଦୁଇଗୁଣା ବିନାଶ, ଓଡିଶା ଅର୍ଥନିତୀ ୩୦ବର୍ଷ ତଳକୁ ଚାଲିଯିବା, ଅଭିବୃଦ୍ଧି ହାର ୯.୬ପ୍ରତିଶତରୁ ୭.୨ପ୍ରତିଶ୍ରତକୁ ହ୍ରାସ ପାଇବା, ଖୋଲା ବଜାରରୁ ୩୮ପ୍ରତିଶତ ଋଣ, ଉଭୟ ଗୁରୁ ଓ ଲଘୁ ଖଣିଜ ଦ୍ରବ୍ୟରୁ ରାଜସ୍ୱ ହ୍ରାସ, ୧୮ମାସର ସରକାରରେ ୪୦ହଜାରରୁ ଉର୍ଦ୍ଧ ମହିଳା ନିର୍ଯ୍ୟାତିତ,ବଜେଟରେ ମାତ୍ର ୩୯ପ୍ରତିଶତ ଖର୍ଚ୍ଚ, ଶାନ୍ତିପ୍ରିୟ ଓଡିଶାରେ ୧୫ଥରରୁ ଉର୍ଦ୍ଧ କର୍ଫ୍ୟୁ, ୧୫ଲକ୍ଷ ସରକାରୀ ଚାକିରୀ ମିଛ ଆଦି ଅନେକ ବିଫଳତା ସମ୍ପର୍କରେ ଅଭିଯୋଗ କରି କେନ୍ଦ୍ର ଓ ରାଜ୍ୟ ସରକାରକୁ ତୀବ୍ର ସମାଲୋଚନା କରିଥିଲେ। ଏହି ପ୍ରତିଷ୍ଠା ଦିବସରେ ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ପୂର୍ବତନ ବରିଷ୍ଠ ଉପସଭାପତି ପ୍ରମୋଦ ପଟ୍ଟନାୟକ, ପୂର୍ବତନ ନଗରପାଳ ପ୍ରଭଞ୍ଜନ ପଟ୍ଟନାୟକ, ବାଂଶପାଳ ବ୍ଲକ ଅଧ୍ୟକ୍ଷ ମାନସ ଦେହୁରୀ, କେନ୍ଦୁଝରଗଡ ପୌରପାଳିକାର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ, ସଦର ବ୍ଲକ ସଭାପତି ଚକ୍ରଧର ପରିଡା, ଜିଲ୍ଲାପରିଷଦ ସଦସ୍ୟ ରଥ ମୁଣ୍ଡା, ଝୁମ୍ପୁରା ବ୍ଲକ ସଭାପତି ଡମ୍ବରୁଧର ଦାସ, ରକ୍ଷାକର ସାହୁ, ସତ୍ୟବ୍ରତ ନାୟକ, କୈଳାଶ ନାୟକ, ନଗର ବିଜେଡି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, କେନ୍ଦୁଝର ନଗର ମହିଳା ସଭାନେତ୍ରୀ ପୁନମ କୁମାରୀ, କେନ୍ଦୁଝରଗଡ ପୌରପାଳିକାର କାଉନସିଲର ଶରତ କୁମାର ସାହୁ, କେକୀ କାକଳୀ କୁମୁରା, ଭଗବାନ ନାୟକ, ଟିକିନା ବ୍ରହ୍ମ, ମନସୁର ଆଲାମ, ଗଦାଧର ପଟ୍ଟନାୟକ, ଟୁକୁ ପଲେଇ, ସଫିକ ଆନସାରୀ, ଅନାଦି ପ୍ରଧାନ, ଲୁଲୁ ସାହୁ, ବିପିନ ଆପଟ, ନଟବର ସର୍ଦ୍ଦାର, ଯଶୋବନ୍ତ ସାହୁ, ଜଗଦୀଶ ଆପଟ, ସତ୍ୟାନନ୍ଦ ଆରୁକ, ପରମେଶ୍ୱର ବାରିକ, ଶ୍ରୀକାନ୍ତ ମହାନ୍ତ, ଟଙ୍କଧର ଖମାଣିଆ, ରାଜୁ ବାରିକ, ଗୀତା ମହାନ୍ତି, ମୁନା ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ କଡା ସମାଲୋଚନା କରିଥିଲେ ।

ପୁରୁଷୋତ୍ତମ ପାତ୍ର ଙ୍କ ରିପୋର୍ଟ।

39
1609 views