logo

କୁଆଡ଼େ ଗଲା ପୁରୁଣା ଦିନ - ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।

କୁଆଡ଼େ ଗଲା ପୁରୁଣା ଦିନ

କୁଆଡେ଼ ଗଲା ପୁରୁଣା ଦିନ
ରହିଛି କିଛି ଚିହ୍ନ
ଅଳପ ଅଛି, ସମୟ ସାଥେ
ହୋଇଛି କିଛି ଲୀନ ।
ଲୋକେ ବୁଲିକି ନେଉଥିଲେରେ
ଚକ୍ରତୀର୍ଥର ମଜା
ପୁରୁଣା କଥା ମନେପକେଇ
କହନ୍ତି କିଛି ଅଜା ।
ଆନନ୍ଦପୁର କଚେରି ଘର
ହରେଇଛି ତା ଶୋଭା
ରାଜଘାଟର ଦୃଶ୍ୟଟି ଆଜି
ନୁହଁଇ ମନଲୋଭା ।
ଆନନ୍ଦଭବନ ରହିଥିଲା
ସେଠି ଆନନ୍ଦ ନାହିଁ
ଫକିରପୁର ମଠା କଟିଆ
ସପନ ଆମ ପାଇଁ ।
ଆନନ୍ଦପୁର ରାହାସ ପାର୍ଟି
ଅତୀତ ଗାଥା ପରି
ମରୈଗାଁ ପଟିକୁ କେହି
ନିଏନି କିଣି କରି ।
ମନେ ପଡ଼ିଲେ ଲୁହଟି ଝରେ
ପାଉ ଆମେରେ ଦୁଃଖ
ଫେରନ୍ତା ଯଦି ସେ ଦିନ ସବୁ
ପାଆନ୍ତୁ ଆମେ ସୁଖ।


ନୀଳମଣି ଚାନ୍ଦ
ପୁରୁଣିଆଁ, ଶାଳପଡ଼ା ,ଆନନ୍ଦପୁର
କେନ୍ଦୁଝର,ମୋ:୯୫୮୩୨୦୨୩୫୭

19
872 views