logo

ସାହିତ୍ୟ ପାଇଁ ସମର୍ପିତ ସଂଯୋଗୀ ସଜଫୁଲର ତିନିଜଣ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା।

ସାହିତ୍ୟ ପାଇଁ ସମର୍ପିତ ସଂଯୋଗୀ ସଜଫୁଲର ତିନିଜଣ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା।

ଘଟଗାଁ,୨୬/୧୨ : ଓଡ଼ିଆ ଭାଷା ସାହିତ୍ୟର ନବ ଉନ୍ମେଷ ସଂଯୋଗୀ ସଜଫୁଲର ତିନିଜଣ କର୍ମକର୍ତ୍ତାଙ୍କୁ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ଯ କରୁଥିବାରୁ କାବ୍ଯାଞ୍ଜଳୀ କାର୍ଯ୍ୟକାରୀ ସମିତି କେନ୍ଦୁଝର ଓ ଜିଲ୍ଲା ପ୍ରଶାସନ ତରଫରୁ ଦରବାର ହଲ୍ ପରିସରରେ ଆୟୋଜିତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ସୁଶାସନ ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଛି।
ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ମୁଖ୍ୟ ବକ୍ତା ଭାବେ ମିଳନୀ ସାହିତ୍ୟ ସଂସଦ କେନ୍ଦୁଝରର ସଭାପତି ଡ଼ ଚିତ୍ତ ମିଶ୍ର, ସମ୍ମାନିତ ଅତିଥି ରୂପେ ଓଡ଼ିଶାର ଜଣେ ପ୍ରତିଥଯଶା ପାଲା ଗାୟକ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଧୀରନ୍ ମହାନ୍ତି ଓ କେନ୍ଦୁଝର ଜିଲ୍ଲାର ବରିଷ୍ଠ ସାହିତ୍ୟିକ ତଥା ବାଗ୍ମୀ ଦେବାଶିଷ ଚକ୍ରବର୍ତ୍ତୀ, ସଂପାଦକ ଭାବଗ୍ରାହୀ ମହାନ୍ତ ଓ ଆବାହକ ରାଧାକାନ୍ତ ମହାନ୍ତ ଆଦି ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର ସହ ଆଞ୍ଚଳିକ ଭାଷା ବୈଷମ୍ୟ ଦୂରୀକରଣ ପାଇଁ ଜୀବନବ୍ୟାପୀ ନିଜକୁ ସମର୍ପଣ କରୁଥିବାରୁ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା,ଘଟଗାଁ, କେନ୍ଦୁଝର ତ୍ରୈମାସିକ ମୁଖପତ୍ର ସଂଯୋଗୀ ସଜଫୁଲର ତିନିଜଣ କର୍ମକର୍ତ୍ତା - ସମ୍ପାଦକ ବାବୁଲାଲ ପଲେଇ, ମୁଖ୍ୟ ସଂପାଦକ ସନ୍ତୋଷ କୁମାର ପତି ଏବଂ ପ୍ରଚାର ଓ ପ୍ରସାର ପରିଚାଳନା ସଂପାଦକ ସରୋଜ କୁମାର ସେନାପତିଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଗତବର୍ଷ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଖଇରା, ବାଲେଶ୍ଵର ତରଫରୁ ମଧ୍ୟ ସାହିତ୍ୟ ପାଇଁ ସମର୍ପିତ ସଂଯୋଗୀ ସଜଫୁଲର ଉକ୍ତ ତିନିଜଣଙ୍କୁ ସମ୍ମାନିତ ହୋଇଥିଲେ ଏହି ଖବର ପାଇ ବହୁ ସାଙ୍ଗସାଥୀ, ବନ୍ଧୁବାନ୍ଧବ, ଆତ୍ମୀୟ ସୁଜନ ଶୁଭେଚ୍ଛା ଜଣାଇଛନ୍ତି।

ବାବୁଲାଲ ପଲେଇଙ୍କ ରିପୋର୍ଟ।

5
837 views