logo

*ବିଭିନ୍ନ ସ୍ଥାନରେ ତୁଳସୀ ପୂଜନ ଓ ବାଜପେୟୀ ଙ୍କ ଜୟନ୍ତୀ ପାଳିତ*


ଦାମନଯୋଡି: ଭାରତୀୟ ସଂସ୍କୃତି ଓ ସନାତନ ରୀତିନୀତି ଅନୁଯାୟୀ ଗୁରୁବାର ଦିନ "ତୁଳସୀ ପୂଜନ ଦିବସ" ଅବସରରେ ଦାମନଯୋଡି ତଥା ଆଖପାଖ ଅଞ୍ଚଳରେ ଘରେ ଘରେ ତୁଳସୀ ଚଉଁରା ପାଖରେ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନ କରାଯାଇଥିବା ବେଳେ ବିଭିନ୍ନ ସଙ୍ଗଠନ ପକ୍ଷରୁ ସାମୂହିକ ତୁଳସୀ ପୂଜନ ଉତ୍ସବ ପାଳନ କରାଯାଇଥିଲା । ଅନ୍ୟ ପକ୍ଷରେ ଏହି ଦିନ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ଜୟନ୍ତୀ ମଧ୍ଯ ପାଳନ କରାଯାଇଥିଲା । ପବ୍ଲିକ ରାଇଟ ଆସୋସିଏସନ ର କୋରାପୁଟ ମଣ୍ଡଳ ସଭାପତି ତେଜେଶ୍ୱର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାଜପେୟୀ ଜୟନ୍ତୀ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ବିପିନ ବିହାରୀ ପଣ୍ଡା ମୁଖ୍ୟ ଅତିଥି ଓ ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଜାତି ଧର୍ମ, ରାଜନୈତିକ ଦଳ ନିର୍ବିଶେଷରେ ବାଜପେୟୀ ଙ୍କୁ ଭଲ ପାଉଥିବା ସମସ୍ତେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବାଜପେୟୀ ଙ୍କ ଲିଖିତ କବିତା ଆବୃତ କରିବା ସହିତ ତାଙ୍କ ପ୍ରଧାନମନ୍ତ୍ରୀତ୍ଵ ସମୟରେ ଦେଶର ଉନ୍ନତି ପାଇଁ ପାରିତ ହୋଇଥିବା ପଦକ୍ଷେପ ମାନ ବିଷୟରେ ଆଲୋଚନା କରାଯାଇଥିଲା । ସେହିପରି ବିଲାପୁଟ ସ୍ଥିତ ଶବରୀ ନାରାୟନ କ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ନନ୍ଦପୁର ପ୍ରେଶ୍ କ୍ଳବ୍ ପକ୍ଷରୁ ତୁଳସୀ ପୂଜନ ଉତ୍ସବ ଓ ବାଜପେୟୀ ଙ୍କ ଜୟନ୍ତୀ ପାଳିତ ହୋଇଥିଲା ।

25
789 views