logo

ତ୍ରୟୋଦିବସୀୟ ଭାଗବତ କଥାଯଜ୍ଞ ଉଦଯାପିତ।

ତ୍ରୟୋଦିବସୀୟ ଭାଗବତ କଥାଯଜ୍ଞ ଉଦଯାପିତ।

କେନ୍ଦୁଝର,ତା ୨୫/୧୨- କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ଶ୍ରୀ ଶ୍ରୀ ପତିତପାବନ ରଘୁନାଥ ଜୀଉ ଆଶ୍ରମ ବାର୍ଷିକୋତ୍ସବ ଆନୁକୁଲ୍ୟରେ ୨୧ ଡିସେମ୍ବରରୁ ଆରମ୍ଭ ହୋଇଥିବା ତ୍ରୟୋଦିବସୀୟ ଭାଗବତ କଥାଯଜ୍ଞ ଉଦଯାପିତ ହୋଇ ଯାଇଛି। ଆଶ୍ରମ ତତ୍ତ୍ୱାବଧାରିକା ମାତା ଶାନ୍ତି ଦାସ ଓ ମାଧ ବାବାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ରଜବାସୀ ସନ୍ଥ ପ୍ରବଚକ ଦୀନବନ୍ଧୁ ମହାରାଜ ଓ ସାଥୀ ସାଧୁ ବୃନ୍ଦଙ୍କ ସହଯୋଗରେ ଅନୁଷ୍ଟିତ ଭାଗବତ କଥା ଯଜ୍ଞରେ ଅଗଣିତ ଭାଗବତ ଭକ୍ତ ଲୀଳାମୟ ଭଗବାନ ଶ୍ରୀ କୃଷ୍ଣଙ୍କ ଦିବ୍ୟ ଲୀଳା ରସ ଆସ୍ୱାଦନ କରିଥିଲେ। ଉଦଯାପନ ପର୍ବ ଅବସରରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତିର ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ କୃଷ୍ଣ ଜନ୍ମ ତଥା ଗିରି ଗୋବର୍ଦ୍ଧନ ପୂଜା ମହସମାରୋହରେ ପାଳିତ ହୋଇଥିଲା। ଏଥିରେ ଆନନ୍ଦପୁର ପୌରାଞ୍ଚଳ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଉମାକାନ୍ତ ନାୟକ,ବ୍ଲକ ସଭାପତି ଅଯୋଧ୍ୟା ଘଡେଇ,ସଦର ବ୍ଲକ ସଭାପତି ପ୍ରସନ୍ନ କୁମାର ଦାସ, କେନ୍ଦୁଝରଗଡ଼ ପୌରାଞ୍ଚଳ ଉପଦେଷ୍ଟା ପ୍ରଫୁଲ୍ଲ କୁମାର ପ୍ରଧାନ, ସାତସିଙ୍ଗା ଭାଗବତ ଟୁଙ୍ଗି ସମ୍ପାଦକ ଅକ୍ଷୟ କୁମାର ଦାସ,ଦଧିବାମନ ଜୀଉ ଗୁଣ୍ଡିଚା ମନ୍ଦିର ଭାଗବତ ଟୁଙ୍ଗି ପୁରାଣ ପଣ୍ଡା ମଦନ ମୋହନ ମିଶ୍ର ଓ ମେନକା ରଣା ଆଦି ମହିଳା ଭକ୍ତବୃନ୍ଦ,ଆନନ୍ଦପୁର ପୌରାଞ୍ଚଳ ସମ୍ପାଦକ ମନୀନ୍ଦ୍ର ସେଠୀ ଓ ବରିଷ୍ଠ ଭକ୍ତ ସତ୍ୟ ନାରାୟଣ ମହାନ୍ତି ତଥା ପଦ୍ମନାଭ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

273
5951 views
  
1 shares