logo

ପୋଷ୍ଟ ଅଫିସରୁ ଗରିବର ଆବାସ ଟଙ୍କା ଗାଏବ, ଦୁର୍ଦ୍ଦିନ ଭିତରେ ୪ଟି ଜୀବନ।

ପୋଷ୍ଟ ଅଫିସରୁ ଗରିବର ଆବାସ ଟଙ୍କା ଗାଏବ, ଦୁର୍ଦ୍ଦିନ ଭିତରେ ୪ଟି ଜୀବନ।

କେନ୍ଦୁଝର,ତା୨୫/୧୨- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଖଣ୍ଟଘର ପଞ୍ଚାୟତ କାସିବେଡା ଗ୍ରାମର କ୍ଷେତ୍ରବାସୀ ନାଏକ ଓ ପ୍ରମିଳା ନାଏକ ସମେତ ଦୁଇ ଛୁଆଙ୍କ ଜୀବନ ଆଜି ଦୁର୍ଦ୍ଦିନ ଓ ଅନ୍ଧକାର ଭିତରେ। ମୁଣ୍ଡ ଗୁଞ୍ଜିବାକୁ ସରକାରଙ୍କ ତରଫରୁ ଆବାସ ଗୃହଟିଏ ସେମାନେ ପାଇଥିଲେ l ଘର କରିବେ ବୋଲି ଫାଉଣ୍ଡେସନ ବି ପଡିଲା ହେଲେ ତାଙ୍କ ଘର ପାଇଁ ଆସିଥିବା ପଇସା ପୋଷ୍ଟ ଅଫିସରୁ କୁଆଡେ ଗାଏବ ହୋଇଗଲା। ମାତ୍ର ଦଶ ହଜାର ଟଙ୍କା ଉଠାଇଥିଲେ। ଘର କରିନଥିବାରୁ ତାଙ୍କର ରାସନ ଚାଉଳକୁ ବନ୍ଦ କରାଯାଇଛି। ସେମାନେ ମାଗଣା ଚାଉଳ ପାଇପାରୁନାହାନ୍ତି। ଘର ଟଙ୍କା ଫେରି ପାଇବାପାଇଁ ସେମାନେ ବ୍ଳକ ଜିଲ୍ଲାପାଳ,ଘଟଗାଁ ଥାନା ଠାରୁ ଆରମ୍ଭ କରି ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତେବେ ପୋଷ୍ଟ ଅଫିସରୁ ଟଙ୍କା ଗାଏବ ପାଇଁ ସେମାନେ ପୂର୍ବତନ ପୋଷ୍ଟ ମାଷ୍ଟର ବସନ୍ତ ନାୟକକୁ ଦୋଷ ଦେଇଛନ୍ତି। ତେଣୁ ଉପଯୁକ୍ତ ତଦନ୍ତ ହେଲେ ଏ ଗରିବ ଲୋକ ନ୍ୟାୟ ପାଇବା ସହିତ ଆବାସ ଗୃହକୁ ସମ୍ପୂର୍ଣ୍ଣ କରି ପାରିବେ ବୋଲି ସାଧାରଣରେ ଆଲୋଚନା ହେଉଛି। ଇତି ମଧ୍ୟରେ ଅଢେଇବର୍ଷ ବିତିଗଲାଣି କିନ୍ତୁ କେହିବି ଏତେ ଅସୁବିଧାକୁ ଗୁରୁତ୍ଵ ଦେଉନାହାନ୍ତି। ତେବେ ଗତକାଲି ଘଟଗାଁ ଥାନା ଅଧିକାରୀ ଶୁଭ୍ରାଂନ୍ତ କୁମାର ଜେନାଙ୍କୁ ଉଭୟ ସ୍ଵାମୀ ସ୍ତ୍ରୀ ସାକ୍ଷାତକରି ଏ ସଂକ୍ରାନ୍ତରେ ଜଣାଇଛନ୍ତି। ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି ବୋଲି ଜଣାଯାଇଛି। ଗୋଟିଏ ପଟରେ ପେଟ ଚିନ୍ତା ଅନ୍ୟ ପଟରେ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ପାଇଁ ପ୍ରଶାସନ ପାଖରେ ଆକୁଳ ନିବେଦନ । ପରର ମୂଲମଜୁରୀ କରି କେତେଦିନ ପରିବାର ପ୍ରତିପୋଷଣ କରିବେ ନା ପିଲା ମାନଙ୍କୁ ମଣିଷ କରିବେ ଚିନ୍ତାରେ ଅଛନ୍ତି ପରିବାର l ତେଣୁ ନ୍ୟାୟ ଅପେକ୍ଷାରେ ସ୍ଵାମୀ ସ୍ତ୍ରୀ ଦିନ କାଟୁଛନ୍ତି ଦେଖିବାକୁ ବାକି ରହିଲା କେବେ ଏହି ଆଦିବାସୀ ପରିବାର ନ୍ୟାୟ ପାଉଛନ୍ତି।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

178
3339 views
  
1 shares