logo

ସାଂସଦ ଖେଳ ମହୋତ୍ସବର ଉଦଯାପନୀ ସମାରୋହ ଅନୁଷ୍ଠିତ। ଲୁକାୟିତ ଖେଳ ପ୍ରତିଭା ମାନଙ୍କୁ ସୁଯୋଗ ସୃଷ୍ଟି କରୁଛି ସାଂସଦ ଖେଳ ମହୋତ୍ସବ।

ସାଂସଦ ଖେଳ ମହୋତ୍ସବର ଉଦଯାପନୀ ସମାରୋହ ଅନୁଷ୍ଠିତ।
ଲୁକାୟିତ ଖେଳ ପ୍ରତିଭା ମାନଙ୍କୁ ସୁଯୋଗ ସୃଷ୍ଟି କରୁଛି ସାଂସଦ ଖେଳ ମହୋତ୍ସବ।


କେନ୍ଦୁଝର,ତା୨୫/୧୨- କେନ୍ଦୁଝର ସହରସ୍ଥିତ ଅଡ଼ିଟୋରିୟମରେ ବୁଧବାର ଅନୁଷ୍ଠିତ ସାଂସଦ ଖେଳ ମହୋତ୍ସବର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ,କେନ୍ଦୁଝରଗଡ଼ ପୌରପାଳିକା ଅଧ୍ଯକ୍ଷା ଶ୍ରୀମତୀ ନିକୁ ସାହୁ,ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ,ଜିଲ୍ଲାପାଳ ବିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଦାଗୁଡୁ,ସାଂସଦ ଖେଳ ମହୋତ୍ସବର ଜିଲ୍ଲା ସଂଯୋଜକ ଦିଲ୍ଲିପ କୁମାର ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଲୁକାୟିତ ଖେଳ ପ୍ରତିଭା ମାନଙ୍କୁ ବିଭିନ୍ନ ଗ୍ରାମରୁ ଆଣି ଆଗକୁ ବଢିବା ପାଇଁ ପ୍ରଧାନମନ୍ତ୍ରୀଙ୍କର ଏହି ପ୍ରୟାସ ଖେଳାଳି ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି ବୋଲି ସାଂସଦ ଅନନ୍ତ ନାୟକ ତାଙ୍କ ଅଭିଭାଷଣ ମାଧ୍ୟମରେ କହିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସହଯୋଗ ସହିତ ଜିଲ୍ଲା ପ୍ରଶାସନର ସହାୟତା ଫଳରେ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଥିବା ଏହି ସାଂସଦ ଖେଳ ମହୋତ୍ସବ ଆଜି ସଫଳତାର ସହିତ ସମାରୋପ ହୋଇପାରିଛି ବୋଲି ସାଂସଦ ପ୍ରକାଶ କରିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ ଦେଶର ସମସ୍ତ ସାଂସଦ ଖେଳ ମହୋତ୍ସବରେ ଉପସ୍ଥିତ ଖେଳାଳି ମାନଙ୍କୁ ପ୍ରେରଣା ଦାୟୀ ଅଭିଭାଷଣ ଦେବା ସହିତ କ୍ରୀଡ଼ା କ୍ଷେତ୍ରରେ ଭାରତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳତା ପାଉଛି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ବିଭିନ୍ନ ବ୍ଲକ ଏବଂ ଜିଲ୍ଲା ସ୍ତରରୁ କୃତିତ୍ୱ ହାସଲ କରିଥିବା ଖେଳାଳି ମାନଙ୍କୁ ସାଂସଦ ଏବଂ ମଞ୍ଚାସୀନ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ସାଂସଦ ଖେଳ ମହୋତ୍ସବ କାର୍ଯ୍ୟକ୍ରମକୁ ସାଂସଦ ପ୍ରତିନିଧି ହରିହର ମହାନ୍ତ,ବରୋଦାପ୍ରସନ୍ନ ସାହୁ,ବିଜେପି ଜିଲ୍ଲା ଉପସଭାପତି ବିବେକାନନ୍ଦ ମହାନ୍ତ, ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, କିରଣବାଳା ନାୟକ,ନୀଳମଣି ମହାନ୍ତ,ଭାରତଭୂଷଣ କୁଅଁର ଏବଂ ବିଜେପିର ନେତୃତ୍ୱ ତଥା ସମସ୍ତଙ୍କ ସହଯୋଗରେ ସଫଳ ହୋଇଛି ବୋଲି ସାଂସଦ ଖେଳ ମହୋତ୍ସବର ଜିଲ୍ଲା ସଂଯୋଜକ ଦିଲ୍ଲିପ କୁମାର ପଣ୍ଡା ପ୍ରକାଶ କରିଛନ୍ତି।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

88
2464 views