
ସ୍ୱରବର୍ଷା ସାଂସ୍କୃତିକ ଅନୁଷ୍ଠାନ ର ନୂତନ କର୍ମକର୍ତ୍ତା ନିର୍ବାଚନ ଚେୟାରମ୍ୟାନ ଅଶୋକ କୁମାର ଦାଶ ସାଧାରଣ ସମ୍ପାଦକ ବିଜୟ ରତ୍ନ ପତି।
ସ୍ୱରବର୍ଷା ସାଂସ୍କୃତିକ ଅନୁଷ୍ଠାନ ର ନୂତନ କର୍ମକର୍ତ୍ତା ନିର୍ବାଚନ ଚେୟାରମ୍ୟାନ ଅଶୋକ କୁମାର ଦାଶ ସାଧାରଣ ସମ୍ପାଦକ ବିଜୟ ରତ୍ନ ପତି।
ପାଟଣା-କେନ୍ଦୁଝର ଜିଲ୍ଲା ପାଟଣା ର ସୁନାମଧନ୍ୟ ବହୁ ପୁରାତନ ସାଂସ୍କୃତିକ ଅନୁଷ୍ଠାନ "ସ୍ୱରବର୍ଷା" ର ବାର୍ଷିକ ସମ୍ମିଳନୀ ଅଜୟ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଅନୁଷ୍ଠିତ ହୋଇ ଯାଇଛି।ଏହି ଅନୁଷ୍ଠାନ ର ଗୌରବ କିପରି ଉନ୍ନତିର ଶିଖର ରେ ପହଞ୍ଚି ଓ ଏ ଅଞ୍ଚଳର କଳା ସଂସ୍କୃତି କିପରି ବଞ୍ଚି ରହିବ ସେବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।ଅନୁଷ୍ଠାନ କୁ ଅଧିକ ସକ୍ରିୟ କରିବା ପାଇଁ ନୂତନ ଭାବେ ଏକ କମିଟି ଗଠନ କରାଯାଇଥିଲା।ଏହି କମିଟିରେ ଚେୟାରମ୍ୟାନ ଭାବେ ନାଟ୍ୟକାର ଅଶୋକ କୁମାର ଦାଶ ଓ ସାଧାରଣ ସମ୍ପାଦକ ଭାବେ ସାମାଜିକ କର୍ମୀ ତଥା ପାଟଣା ପ୍ରେସ କ୍ଳବର ସମ୍ପାଦକ ବିଜୟ ରତ୍ନ ପତି, ସାଂଗଠନିକ ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ଭଞ୍ଜଦେଓ,କୋଷାଧ୍ୟକ୍ଷ ଭାବେ ଅବସର ପ୍ରାପ୍ତ ତହସିଲଦାର ଯତୀନ୍ଦ୍ର କୁମାର ସେଠୀ ଙ୍କୁ ସର୍ବସମ୍ମତିରେ ଚୟନ କରା ଯାଇଥିଲା।ଅନୁଷ୍ଠାନ ର ଅନ୍ୟ ସଦସ୍ୟ ଭାବେ ଅଧ୍ୟାପକ ଅବନୀ କାନ୍ତ ଦାଶ, ଅଜୟ କୁମାର ଦାଶ,ରଜତ କୁମାର ଦାଶ, ବ୍ରଜେନ୍ଦ୍ର କୁମାର ପତି,ପର୍ଶୁରାମ ପଣ୍ଡା, ଵିରେନ୍ଦ୍ର ଦାଶ, ପାର୍ଥସାରଥି ବେଜ,ଭଗବାନ ଦାଶ,ନିହାଲ ଆନସାରୀ,ସାଂସ୍କୃତିକ ସମ୍ପାଦକ ଭାବେ ଡ଼ଃ ନିର୍ମଳ କୁମାର ମହାନ୍ତ, ଚିନ୍ମୟ କୁମାର ଦାଶ ଓ ପ୍ରଚାର ପ୍ରସାର ପ୍ରମୁଖ ଭାବେ କାମିନିକାନ୍ତ ଦ୍ବିବେଦୀ ଙ୍କୁ ଚୟନ କରାଯାଇଥିଲା।ଏଠାରେ ପ୍ରକାଶ ଥାଉକି ପାଟଣା ଅଞ୍ଚଳରେ ବହୁବର୍ଷ ଧରି ସଙ୍ଗୀତ, ନୃତ୍ୟ ଓ ନାଟ୍ୟ ପରିବେଷଣର କାର୍ଯ୍ୟକ୍ରମ କରି ଅନେକ ଲୁକ୍କାୟିତ ପ୍ରତିଭା କୁ ଲୋକ ଲୋଚନକୁ ଆଣିବାରେ ସ୍ୱରବର୍ଷା ଅନୁଷ୍ଠାନ ଅନେକ ସୁନାମ ଅର୍ଜନ କରିଥିଲା।କିଛି ବର୍ଷ ହେବ ଆର୍ଥିକ ସଙ୍କଟ ଯୋଗୁଁ ଏହି ଅନୁଷ୍ଠାନ ସକ୍ରିୟ ଭାବେ ଆଗକୁ ଯାଇ ପାରିନାହିଁ।ଯଦି ଏହି ଅନୁଷ୍ଠାନ କୁ ସରକାର ଙ୍କ ସଂସ୍କୃତି ବିଭାଗ ଦ୍ୱାରା କିଛି ସହାୟତା ମିଳି ପାରନ୍ତା ତେବେ ବହୁ ଲୁକ୍କାୟିତ ପ୍ରତିଭା ସମ୍ମୁଖକୁ ଆସି ଜିଲ୍ଲା ତଥା ରାଜ୍ୟ ର ସୁନାମ ଅର୍ଜନ କରି ପାରନ୍ତେ ବୋଲି ସ୍ୱର ବର୍ଷା କର୍ମକର୍ତ୍ତା ମାନେ ମତ ଦେଇଥିଲେ।ଆଗାମୀ ଦିନରେ ଏହି ଅନୁଷ୍ଠାନର କଳେବର ବୃଦ୍ଧି ନିମନ୍ତେ ନୂତନ ସଦସ୍ୟ ସଂଗ୍ରହ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।ତେବେ ଖୁବଶୀଘ୍ର ପଞ୍ଚାୟତ ଓ ବ୍ଲକ ସ୍ତରୀୟ କଳାକାର ମାନଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଅନୁଷ୍ଠାନ ର ସାଧାରଣ ସମ୍ପାଦକ ବିଜୟ ରତ୍ନ ପତି ସୂଚନା ଦେଇଛନ୍ତି।
ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।