logo

ପୁରୁଣା ବଜାର ସ୍ଥିତ ଘୁଙ୍ଗୁରୁ କ୍ଲବ ଆନୁକୂଲ୍ୟରେ ମାଗଣା ସ୍ବାସ୍ଥ୍ଯ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ।

ପୁରୁଣା ବଜାର ସ୍ଥିତ ଘୁଙ୍ଗୁରୁ କ୍ଲବ ଆନୁକୂଲ୍ୟରେ ମାଗଣା ସ୍ବାସ୍ଥ୍ଯ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ।

କେନ୍ଦୁଝର: ତା୨୫/୧୨, ପୁରୁଣା ବଜାର ବଡଦାଣ୍ଡରେ ଅବସ୍ଥିତ ଘୁଙ୍ଗୁରୁ କ୍ଲବ ଆନୁକୁଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ପରିକ୍ଷା ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଡଃ ସମ୍ବିତ୍ ପାଲ ଏବଂ ତାଙ୍କ ସାଥି ମାନଙ୍କ ଦ୍ୱାରା ୧୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ର ସ୍ୱାସ୍ଥ୍ୟ ପରିକ୍ଷା କରାଯାଇଥିଲା। ଏହି ଅବସରରେ ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ସୋରଜ କୁମାର ରଣା (ସିନିୟର ସିଟିଜେନ୍ ସଭାପତି) ସମ୍ମାନୀୟ ଅତିଥି, ୧ ନମ୍ବର ୱାର୍ଡ କାଉନସିଲର ଶରତ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଦେବାଶିଷ ମିଶ୍ର ଙ୍କ ଉପସ୍ଥିତିରେ କ୍ଲବର ସଭ୍ୟ ମାନସ କୁମାର ଜେନା, ସଞ୍ଜିବ୍ କୁମାର ବେହେରା, ସୁରଜ ଲାଲ୍ ଦାଶ୍, ବିଜୟ କୁମାର ବେହେରା, ପ୍ରକାଶ ଚନ୍ଦ୍ର ଦାସ୍, ସୁଦର୍ଶନ ମାହାରଣା, ବିନୋଦ କୁମାର ସେଠି, ପ୍ରମୋଦ କୁମାର ବେହେରା ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିବା ଘୁଙ୍ଗୁରୁ କ୍ଲବ ର ବେଳେ ସାଧାରଣ ସମ୍ପାଦକ ସନ୍ତୋଷ ଦାସ୍ ସ୍ବାସ୍ଥ୍ଯ ପରୀକ୍ଷା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟାରେ ଜନସାଧାରଣଙ୍କ ଦ୍ବାରା ଘୁଙ୍ଗୁରୁ କ୍ଲବର ଏହି ମହତ୍ କାର୍ଯ୍ୟକ୍ରମକୁ ଆଜି ସ୍ୱର୍ଗତ ଅଟଳବିହାରୀ ବାଜପାଇ ଙ୍କ ଜନ୍ମ ଜୟନ୍ତୀ ଏବଂ ପବିତ୍ର ବଡଦିନ ଶୁଭଅବସରରେ ଆୟୋଜିତ କରାଯାଇଥିବା କାରଣରୁ ଜନମାନସରେ ପ୍ରଶଂସା ଗାନ କରିଥିଲେ। ସର୍ବଶେଷରେ କ୍ଲବ୍ ସମ୍ପାଦକ ସନ୍ତୋଷ ଦାସ୍ ସ୍ବାସ୍ଥ୍ଯ ପରୀକ୍ଷା କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇଥିବାରୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

ପୁରୁଷୋତ୍ତମ ପାତ୍ର ଙ୍କ ରିପୋର୍ଟ।

7
634 views