logo

ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ସତଲମା ର ବାର୍ଷିକ ଉତ୍ସବ

ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସତଲମା ର ବାର୍ଷିକ ଉତ୍ସବ କମିଟି ର ସଭାପତି ବନବସ ପଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିଜେପୁର ବିଧାୟକ ସନତ କୁମାର ଗଡତୀୟା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅଚ୍ୟୁତାନନ୍ଦ ବାରିକ, ସାଂସଦ ପ୍ରତିନିଧି ଯୋଗଦାନ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମ ରେ ସତଲମା ମହାବିଦ୍ୟାଳୟ ର ଅଧ୍ୟାପକ ଲୋକବନ୍ଧୁ ପଧାନ ଯୋଗଦାନ କରିଥିଲେ l ପରିଚାଳନା କମିଟି ର ସମ୍ପାଦକ ଦୁଷ୍ମନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଦାନ ଆଚାର୍ଯ୍ୟ ବିବେକାନନ୍ଦ ସାହୁ ବିବରଣୀ ପଠନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସରପଞ୍ଚ ପ୍ରତିନିଧି ରାଘବ ନାଏକ, ଜ଼ିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ସାହୁ, ସମିତି ସଭ୍ୟା ଶାନ୍ତି ନାଏକ ପ୍ରମୁଖ ଉପସ୍ଥିତ ଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଦିନେଶ ସାହୁ ପରିଚାଳନା କରିଥିବାବେଳେ ପିଣ୍ଟୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ lଏହି ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା lପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମନ ଅନୁଷ୍ଠିତ ହୋଇଥିଲା l ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସଂଜୀବ ସାହୁ,ଦୀନବନ୍ଧୁ ସାହୁ, କ୍ଷୀରଜ ସାହୁ ସହଯୋଗ କରିଥିଲେ l ଏହି ଅବସରରେ ସମସ୍ତ ଗୁରୁଜୀ ଗୁରୁମା, ଛାତ୍ର ଛାତ୍ରୀ ତଥା ବହୁସଂଖ୍ୟା ରେ ଗ୍ରାମବାସୀ ଉପସ୍ଥିତ ଥିଲେ l

2
89 views