logo

ବରିଷ୍ଠ ନାଗରିକ ତଥା କବି ଭରତ ପାତ୍ର ଙ୍କୁ ତୁରନ୍ତ ସ୍ବାସ୍ଥ୍ଯ ସେବା କରିଥିବାରୁ କୃତଜ୍ଞତା ଜଣାଇଛନ୍ତି।

ବରିଷ୍ଠ ନାଗରିକ ତଥା କବି ଭରତ ପାତ୍ର ଙ୍କୁ ତୁରନ୍ତ ସ୍ବାସ୍ଥ୍ଯ ସେବା କରିଥିବାରୁ କୃତଜ୍ଞତା ଜଣାଇଛନ୍ତି।

ଆଜି ଜିଲ୍ଲାପାଳ ଙ୍କ ଦରବାର ହଲ୍ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ଜୟନ୍ତୀ ପାଳନ ଅବସରରେ କାଵ୍ୟାଞ୍ଚଳୀ ତରଫରୁ ଜିଲ୍ଲା ସ୍ତରୀୟ କବିତା ପାଠୋତ୍ସବ ହୋଇଥିଲା। ଜିଲ୍ଲା ର ବିଭିନ୍ନ ସ୍ଥାନରୁ କବି ମାନେ ଆସି ଯୋଗ ଦେଇଥିଲେ। ତେଲକୋଇ ରୁ କବି ଵାସୁଦେବ ମହାନ୍ତ ଚମ୍ପୁଆ ଭଣ୍ଡା,ରୁ କୈଳାସ ତନ୍ତୀ,ଡମ୍ବରୁ ମହାନ୍ତ ମଧ୍ୟ ଆସି ଥିଲେ।

କବିତା ପାଠୋତ୍ସବ ପରେ ସବୁ କବି, ସାମ୍ବାଦିକ ଓ ଲୋକସଂପର୍କ ବିଭାଗରେ କର୍ମଚାରୀ ଏକାଠି ଭୋଜନ କଲାପରେ ବରଗଛ ମୂଳେ ବିଶ୍ରାମ ନେଉଥିଲୁ ଓ ଅତିଥି ଭାବେ ଯୋଗଦେଇଥିବା ମୋର ଛାତ୍ର ବେଳର ଅନୁଜ ସହପାଠୀ ପାଟଣା ବିଧାୟକ ଅଖିଳ ନାଏକ ମଧ୍ୟ ଭୋଜନ କରିଥିଲେ।

ଵରଗଛମୂଳ ପିଣ୍ଡି ରେ ବସିଥିବା ବେଳେ ହଠାତ୍ ମୋ ମୁଣ୍ଡ ବୁଲାଇଵାରୁ ଖସିପଡିଲି। ସଙ୍ଗେ ସଙ୍ଗେ ବିଧାୟକ ଅଖିଳ ନାଏକ ଓ ତାଙ୍କର କର୍ମୀ ମୋତେ ତାଙ୍କ ଗାଡ଼ି ରେ ହସ୍ପିଟାଲ ନେଇ ଚିକିତ୍ସା କରାଇଲେ। ମୁଁ ଏବେ ଭଲ ହେଇ ଘରକୁ ଫେରିଆସିଛି। ବିପି ମେଡିସିନ ଖାଉଛି। BP ଵଢିଯିବାରୁ ହଠାତ୍ ଏପରି ଘଟଣା ହେଲାଵୋଲି ଅନୁମାନ। କାଲି ମୁଁ ECG କରିବି।Eco test କରିବି।

ଏ ବିପଦ ବେଳେ ଯେଉଁ ସମ୍ବାଦ ପ୍ରତିନିଧି ସାମ୍ବାଦିକ ସୁବ୍ରତ ସ୍ୱାଇଁ,ବିନୟ ପଟନାୟକ ବନ୍ଧୁ ରାମନାରାୟଣ ଦ୍ୱିବେଦୀ, ବରିଷ୍ଠ ସାମ୍ବାଦିକ ଦୀପକ ମିଶ୍ର , ସାନଭାଇ ଅଜୟ ମିଶ୍ର (ଫୁକା) ବିଜେପି ର ସଂପାଦକ ବିଶ୍ବଜିତ ତ୍ରିପାଠୀ,ଡଃ ଅରୁଣ ସାହୁ, ପାତ୍ରସମାଜ ସଂଗଠନ ର ସଂପାଦକ ଶରତ ପାତ୍ର , କବି କୈଳାସ ତନ୍ତୀ,କାବ୍ୟାଞ୍ଜଳୀ ର ସମ୍ପାଦନ ଭାବଗ୍ରାହୀ ମହାନ୍ତ , ଖଣ୍ଡାଧାର ନ୍ୟୁଜ୍ ର ଡମ୍ବରୁ ମହାନ୍ତ , ସାମ୍ବାଦିକ ଟୁନା ଖାଁ, ଦନ୍ତ ଚିକିତ୍ସକ ଡଃ ହୋତା,ସିଟିଜି ଚେୟାରମେନ ସାନଭାଇ ଡଃ ରାଜେନ୍ଦ୍ର ପଲେଇ, ଇଂଜିନିୟର ବସନ୍ତ ଦାନୀ,କବି ଚିତ୍ତ ମିଶ୍ର , ପୈାରପାଳିକା ର ଅବସରପ୍ରାପ୍ତ କର୍ମଚାରୀ କବୟିତ୍ରୀ ଇନ୍ଦୁ ମତି ପାତ୍ର ଙ୍କ ସ୍ୱାମୀ ଯୋଗୀ ଭାଇ, ବିଶ୍ବହିନ୍ଦୁ ପରିଷଦର ସଭାପତି ଆଡଭୋକଟ ତୁଷାର ସାମନ୍ତ, ସିଟିଜେନ ଫୋରମ୍ ର ସଦସ୍ୟ ଇଞ୍ଜିନିୟର ରାଜୀବ କୁମାର ସାହୁ,ରୋଟାରିଆନ୍ ସୁଧାଂଶୁ ପଟ୍ଟନାୟକ
ଇତ୍ୟାଦି ଅନେକ ଆତ୍ମୀୟ ବନ୍ଧୁ ମାନେ ହସ୍ପିଟାଲ ରେ,ଓ ପରେ ଘରେ ପହଞ୍ଚି , ଏବଂ ଫୋନରେ ମୋ ସ୍ୱାସ୍ଥ୍ୟ ଅବସ୍ଥା ଵୁଝିଛନ୍ତି ଓ ସମବେଦନା ଜଣାଇଛନ୍ତି, ସେମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି।


ଧନ୍ୟବାଦ୍ ସହ
ଭରତ ପାତ୍ର
ପାର୍କ ରୋଡ଼, କେନ୍ଦୁଝର ଗଡ, ମୋବାଇଲ: 94371 19735

23
1203 views