logo

କୋରାପୁଟର ଟାଙ୍କୁଆରେ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ, କୋରାପୁଟ, ଓଡିଶା,ତା୨୫/୧୨/୨୫(ଗୁରୁବାର)

ଟାଙ୍କୁଆରେ ୩୦ଜଣଙ୍କ ଚକ୍ଷୁ ପରୀକ୍ଷା
କୋରାପୁଟ,୨୫/୧୨:ରାଜ୍ୟ ସରକାରଙ୍କ 'ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା'ରେ କୋରାପୁଟ ଜିଲ୍ଲାରେ ଥିବା ଭ୍ରାମ୍ୟମାଣ ଦୃଷ୍ଟି କେନ୍ଦ୍ର ପକ୍ଷରୁ ସୋମବାର ଜୟପୁର ବ୍ଲକ ଟାଙ୍କୁଆ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ୩୦ଜଣଙ୍କ ଚକ୍ଷୁ ପରୀକ୍ଷା ହୋଇଥିଲା।ଶିବିରରେ ଚକ୍ଷୁ ରୋଗୀଙ୍କ ରକ୍ତଚାପ ଓ ରକ୍ତାଶର୍କରା ପରୀକ୍ଷା,ଔଷଧ ବଣ୍ଟନ ସହିତ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା। ୯ଜଣ ରୋଗୀଙ୍କର ମୋତିଆବିନ୍ଦୁ ଚିହ୍ନଟ ସହିତ ଦୃଷ୍ଟିଦୋଷ ଥିବା ୫ଜଣଙ୍କର ଚଷମା ପରୀକ୍ଷା ଓ ଅନ୍ୟ ୨ଜଣଙ୍କୁ ରେଫର କରାଯାଇଥିଲା।ଏହି ଯୋଜନାରେ ମୋତିଆବିନ୍ଦୁ ରୋଗୀଙ୍କର ଜୟପୁର ସ୍ଥିତ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ମାଗଣା ଅସ୍ତ୍ରୋପଚାର ବ୍ୟବସ୍ଥା ରହିଛି।ରାବଣାଗୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ାଃ ସ୍ଵସ୍ତିକ ମହଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ମାଥାଲପୁଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଚକ୍ଷୁ ଅଧିକାରୀ ବିଜୟ କୁମାର ଆଚାର୍ଯ୍ୟ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ।ପିଏଚଇଓ ଧରିତ୍ରୀ ମୁଦୁଲି ଓ ବିପିଏମ ସନ୍ତୋଷିନୀ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଶିବିରରେ ସୁପରଭାଇଜର ରମେଶ ଚନ୍ଦ୍ର ପଟ୍ଟନାୟକ,ସିଏଚଓ ଲକ୍ଷ୍ମୀପ୍ରିୟା ରାଉତରାୟଙ୍କ ସହିତ,ସ୍ବାସ୍ଥ୍ୟକର୍ମୀ ଭି.ସୁଜାତା ଓ କମଳକାନ୍ତ ନାୟକ ପରିଚାଳନା କରିଥିଲେ।ଆଶାକର୍ମୀ ଲାବଣ୍ୟ ଗଦବା,ଦୀପା ମୁଦୁଲି ବନିତା ବିଶୋଇ ଓ ସୁନୀତା କୁମାରୀ ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ।

6
569 views