logo

କେନ୍ଦୁଝର, ଶ୍ରୀ ଗଣେଶ ଶିକ୍ଷା କେନ୍ଦ୍ରର ଏକବିଂଶ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ।

କେନ୍ଦୁଝର, ଶ୍ରୀ ଗଣେଶ ଶିକ୍ଷା କେନ୍ଦ୍ରର ଏକବିଂଶ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ।

କେନ୍ଦୁଝର, ତା୨୪/୧୨- ସ୍ଥାନୀୟ ପୁରୁଣା ସହର, ହୁଡ଼କୋ କଲୋନୀ ସ୍ଥିତ ଶ୍ରୀ ଗଣେଶ ଶିକ୍ଷା କେନ୍ଦ୍ରର ବାର୍ଷିକ କ୍ରୀଡ଼ା ତିନି ଧରି ଅନୁଷ୍ଠିତ ହେବାପରେ ସମାପ୍ତ ହୋଇଛି। ପ୍ରଥମ ଦିନ କେନ୍ଦୁଝରର ରାଷ୍ଟ୍ର ଦେବତା ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିରରୁ ପିଲାମାନଙ୍କ ଦ୍ଵାରା ମଶାଲ ଯାତ୍ରା ଶୁଭାରମ୍ଭ କରାଯାଇଥିଲା। ଶିକ୍ଷାକେନ୍ଦ୍ରର ସମ୍ପାଦକ ଶ୍ରୀଯୁକ୍ତ ବୀରେନ୍ଦ୍ର ପଟ୍ଟନାୟକଙ୍କ ଦ୍ଵାରା ଶ୍ରୀ ଗଣେଶଙ୍କ ନିକଟରେ ଦୀପ ପ୍ରଜ୍ବଳନ ପୂର୍ବକ କ୍ରୀଡା ଆରମ୍ଭ କରାଯାଇଥିଲା। ଉକ୍ତ କ୍ରୀଡ଼ା ଉତ୍ସବରେ ୪ଟି ବିଭାଗ ଯଥା- ଏଲ.କେ.ଜି.ରୁ ୟୁ.କେ.ଜି. ଏବଂ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପିଲାଙ୍କ ମଧ୍ୟରେ ବିଭିନ୍ନ ଖେଳ ପ୍ରତିଯୋଗିତା ହୋଇଥିଲା। ଉଦଯାପନ ଦିବସରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତି ଉପସଭାପତି ଶ୍ରୀଯୁକ୍ତ ମନୋଜ ମିଶ୍ର ଯୋଗ ଦେଇଥିଲେ। ସମ୍ପାଦକ ଶ୍ରୀଯୁକ୍ତ ବୀରେନ୍ଦ୍ର ପଟ୍ଟନାୟକ, ଉପଦେଷ୍ଟା - ଶ୍ରୀଯୁକ୍ତ ପଦ୍ମନାଭ ପାତ୍ର, ଶ୍ରୀଯୁକ୍ତ ବୀରେନ୍ଦ୍ର ରଣସିଂହ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସୁଧୀର ସାହୁ, ଶ୍ରୀଯୁକ୍ତ ସୁଶୀଲ ମାଲାକାର ଉପସ୍ଥିତ ରହି କୃତୀ ପିଲାଙ୍କୁ ପୁରସ୍କୃତ କରିଥିଲେ। ଅଭିଭାବକ ମାନଙ୍କ ଦ୍ଵାରା ମ୍ୟୁଜିକ୍‌ କରାଯାଇ ପୁରସ୍କୃତ କରାଯାଇଥିଲା। ଉକ୍ତ ଉତ୍ସବରେ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ, ଯୋଗାସନ, ଫେନ୍‌ସୀ ଡ୍ରେସ୍‌ ଆଦି ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ନନ୍ଦିତା ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ବରିଷ୍ଠ ଆଚାର୍ଯ୍ୟା ମନୋରମା ପତି କ୍ରୀଡ଼ା ବିବରଣୀ ପାଠ କରିଥିଲେ ଏବଂ ଆଚାର୍ଯ୍ୟା ରଶ୍ମିତା ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ। ଆଚାର୍ଯ୍ୟା ସସ୍ମିତା ବେହେରା, ସଦ୍ୟସ୍ନାତା ପଣ୍ଡା, ସୁଲୋଚନା ରାଉତ, ଚକ୍ରଧର ମହାନ୍ତ, ରଂଜିତ ପାଲ, ତପସ୍ୱୀ ମହାନ୍ତି, ମଧୁସ୍ମିତା ମହାନ୍ତି ଆଦି ଉକ୍ତ ଉତ୍ସବର ପରିଚାଳନା କରିଥିଲେ।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

19
1290 views