
ଅନ୍ତର୍ଜାତୀୟ ଟାଇକୋଣ୍ଡ ପ୍ରତିଯୋଗୀତାରେ କେନ୍ଦୁଝରକୁ ୧୪ ପଦକ।
ଅନ୍ତର୍ଜାତୀୟ ଟାଇକୋଣ୍ଡ ପ୍ରତିଯୋଗୀତାରେ କେନ୍ଦୁଝରକୁ ୧୪ ପଦକ।
କେନ୍ଦୁଝର,ତା୨୪/୧୨- କୋଲକାତାର ବିଶ୍ୱ ବଙ୍ଗଳା କନଭେନ୍ସନ୍ ସେଣ୍ଟର ଠାରେ ଡିସେମ୍ବର ୨୦୨୫, ୨୧ରୁ ୨୩ ତାରିଖ ତିନିଦିନ ଧରି ଚାଲିଥିବା କୋରିୟାନ ଟାଇକୋଣ୍ଡ ମାଷ୍ଟର ଆସୋସିଏସନ ଅଫ ଇଣ୍ଡିଆ ଓ ଜିୟଙ୍ଗ ଟାଇକୋଣ୍ଡ ଏକାଡେମୀ ପକ୍ଷରୁ ଆୟୋଜିତ ନବମ ଓପନ୍ ଅନ୍ତର୍ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଓଡ଼ିଶା ତରଫରୁ କେନ୍ଦୁଝର ଜିଲ୍ଲାରୁ ୧୩ ଜଣ ପ୍ରତିଯୋଗୀ ଭଲ ପ୍ରଦର୍ଶନ କରିଛନ୍ତି। ଏହି ଅନ୍ତର୍ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ କେନ୍ଦୁଝରରୁ ୧୨ଜଣ ପ୍ରତିଯୋଗୀ ପଦକ ହାସଲ କରି ଓଡିଶାକୁ ଗୌରବମୟ କରିଛନ୍ତି। ଓଡିଶା ଟାଇକୋଣ୍ଡ ଆସୋସିଏସନ ପକ୍ଷରୁ କେନ୍ଦୁଝର ଜିଲ୍ଲାର ସ୍ଵର୍ଣ୍ଣ ହାସଲ କରିଥିବା ପ୍ରତିଯୋଗୀ ମାନେ ହେଲେ ରିଧିମା ଲାୟକ, ସ୍ଥିତିପ୍ରଜ୍ଞା ଗିରି, ଶୁଭ୍ରାଂଶୁ ସାହୁ ଓ ପୁଷ୍ପିତା ବାରିକ। ସେହିପରି ରୌପ୍ୟ ପଦକ ହାସଲ କରିଥିବା କ୍ରୀଡ଼ାବିତ ମାନେ ହେଲେ ଉତ୍କଣ୍ଠା ଦାସ,ଅନିଶା ନାଏକ,ଅମିତ ନାଏକ, ଆସ୍ଥାମଣୀ ମାଝୀ,ରିଧିମା ଲାୟକ ଓ ଶ୍ରେୟାଶ୍ରୀ ଦାସ ତଥା ବ୍ରୋଞ୍ଜ ପଦକ କ୍ରୀତିକାବ୍ୟା ଦାସ,ଏଆର୍ ରୁଦ୍ରାଶି,ସ୍ଥିତିପ୍ରଜ୍ଞା ଗିରି ଓ ଜିତେନ୍ଦ୍ର ଓରାମ ଅଧିକାର କରି ଓଡ଼ିଶା ରାଜ୍ୟକୁ ଗୌରବାନ୍ୱିତ କରିଥିବାରୁ ରାଜ୍ୟ ସଙ୍ଘର ସମ୍ପାଦକ ଗ୍ରାଣ୍ଡମାଷ୍ଟର ଗୋପାଳ ଚନ୍ଦ୍ର ରାୟ ସମସ୍ତ ପ୍ରତିଯୋଗୀ ତଥା ଦଳ ସହ ଯାତ୍ରା କରିଥିବା ଓଡ଼ିଶା ଦଳର କୋଚ ନିର୍ମଳ ଚନ୍ଦ୍ର ନାୟକ,ଟଂକଧର ନାଏକ,ଦିଗବିଜୟ ବେହେରା, ଦେବରାଜ ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଭିନ୍ନ ବିଭିନ୍ନ ଦେଶର ବହୁ ପ୍ରତିଭାବାନ କ୍ରିଡାବିତ ପ୍ରତିଯୋଗିତାରେ ଭାଗ ନେଇଥିଲେ I ଏହି ଅବସରରେ କେନ୍ଦୁଝର ଷ୍ଟାଡିୟମ ଠାରେ କେନ୍ଦୁଝର ଜିଲ୍ଲା ଆମେଚର ତାଇକୋଣ୍ଡ ଆସୋସିଏସନ ସଭାପତି ପ୍ରଦୀପ ମହାନ୍ତି, ସମ୍ପାଦକ ନିର୍ମଳ ଚନ୍ଦ୍ର ନାୟକଙ୍କ ତରଫରୁ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସିନିୟର ବ୍ଲାକ ବେଲ୍ଟ ହୋଲ୍ଡର ତଥା ପ୍ରଶିକ୍ଷକ ଟଙ୍କଧର ନାଏକ ସଂଯୋଜନା କରିଥିବା ବେଳେ ଅନ୍ୟତମ ବ୍ଲାକ ବେଲ୍ଟ ଧାରକ ଦେବରାଜ ସାହୁ,ମନୋଜ ପାତ୍ର, ଅମ୍ବିତ ହାଁସଦା,ମାନସ ବାରିକ,ଏମ.ଡି ସକିଲ,ଚୁମୁକି ମହାରଣା ଓ ରଞ୍ଜିତ ବେହେରା ପ୍ରମୁଖ ସହଯୋଗ କରିଥିଲେ ।
ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।