
ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ପ୍ରତିନିଧି ହେଲେ ଲାଲା ସ୍ୱାଇଁ ।
ଭଦ୍ରକ: ରାଜ୍ୟ ରାଜନୀତିରେ ଭଦ୍ରକ ଜିଲ୍ଲା ଏବେ ଚର୍ଚ୍ଚିତ I ଏବେ ଭଦ୍ରକ ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳରେ ଘଡିକେ ଘୋଡା ଛୁଟୁଛି I କିଛିଦିନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଲୁଲୁ ସାମଲ ଏବଂ ଜୁଲୁ ସାମଲ ଦଳ ଛାଡି ଭାରତୀୟ ଜନତା ପାର୍ଟୀରେ ଯୋଗଦେଇଥିଲେ I ତାଙ୍କ ସହ ବନ୍ତ ବ୍ଲକ ଅଧକ୍ଷ ଏବଂ ଭଣ୍ଡାରିପୋଖରୀ ବ୍ଲକ ଅଧକ୍ଷା ଭାରତୀୟ ଜନତା ପାର୍ଟୀରେ ଯୋଗଦେଇଥିଲେ I ଦୁଇ ଗୋଟି ବ୍ଲକ ଅଧକ୍ଷ ଏବଂ ଅଧକ୍ଷା ବିଜେଡି ଛାଡ଼ିବା ପରେ ତାଙ୍କ ବିରୁଦ୍ଧରେ ଅନାସ୍ଥା ଆଣିବାପାଇଁ ପ୍ରସ୍ତୁତି ହେଉଛି ବିଜେଡି I ହେଲେ ଏ ଦଳ ଡିଆଁ ପରିସ୍ଥିତିରେ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ I ବନ୍ତ ବ୍ଲକରେ ବିଡ଼ିଓ ଓ ଅନ୍ୟ ସରକାରୀ ଅଧିକାରୀମାନେ ବର୍ତ୍ତମାନ ପରିସ୍ଥିତିରେ ଶାସକ ଦଳର ବୋଲକରା ହୋଇଥିବା ବେଳେ କିପରି ଏହାକୁ ମାତ୍ ଦେଇ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟା/ସଭ୍ୟ ମାନେ ନିଜର ଦାବୀ ହାସଲ କରିବେ,ସେମାନଙ୍କୁ ସହଯୋଗ କରିବା ପାଈଁ ତାଙ୍କ ସ୍ୱରକୁ ଆହୁରି ଦ୍ବିଗୁଣିତ କରିବାପାଈଁ ଗୋଟିଚାଳନା କରିଛି ବିଜେଡି I ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଲାଲା ସ୍ୱାଇଁଙ୍କୁ ଭଣ୍ଡାରିପୋଖରୀ ବିଧାୟକ ବନ୍ତ ବ୍ଲକ ପ୍ରତିନିଧି ଭାବେ ଘୋଷଣା କରିଛନ୍ତି I ଏସମ୍ବନ୍ଧରେ ବିଧାୟକ ବନ୍ତ ଠାରେ ୨୫ ଗୋଟି ପଞ୍ଚାୟତର ନେତୃତ୍ୱଙ୍କ ଉପସ୍ଥିତିରେ ନିଜର ପ୍ରତିନିଧି ଭାବରେ ଲାଲା ସ୍ୱାଇଁଙ୍କ ନାମ ଘୋଷଣା କରିଛନ୍ତି I ଲାଲା ସ୍ୱାଇଁ ବିଧାୟକ ପ୍ରତିନିଧି ହେବାପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I ବିଜେଡି କର୍ମକର୍ତ୍ତାଙ୍କ ମନୋବଳ ଦୃଢ ହେବା ସହ ସରକାରୀ ଅଫିସର ମାନଙ୍କ ମନରେ ଛନକା ପଶିଛି I ଆଗାମୀଦିନରେ ବିଜେପିକୁ କାଉଣ୍ଟର ଦେବାପାଇଁ ଏବଂ ସାଧାରଣ ଲୋକଙ୍କ ସ୍ୱର ହେବାପାଇଁ ବିଧାୟକ ଉଚିତ୍ ନିଷ୍ପତି ନେଇଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି