logo

ପାଟଣା ରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା।

ପାଟଣା ରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା।

ପାଟଣା- ସରକାରୀ ଉଦ୍ୟାନ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଆଜି ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।ପାଟଣା ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ତପନ କୁମାର ସେଠୀ ଙ୍କ ସଂଯୋଜନା ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଭିନ୍ନ ପଞ୍ଚାୟତ ଓ ଗ୍ରାମରୁ ଏକ ଶହରୁ ଉର୍ଦ୍ଧ୍ବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ପ୍ରଶିକ୍ଷାର୍ଥୀ ମାନେ ଉପସ୍ଥିତ ଥିଲେ।ଏହି କର୍ମଶାଳାରେ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା।ଉଦ୍ୟାନ କୃଷି ବିଭାଗର ଯୋଜନା ମଧ୍ୟରେ ମୁଖ୍ୟତଃ ରବୀ ରୁତୁରେ ଆଳୁ ଚାଷର ପଦ୍ଧତି, ଛତୁ ମିଶନ ଏବଂ ଜାତୀୟ ଉଦ୍ୟାନ କୃଷି ମିଶନ ଆଦି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ବ୍ୟତୀତ ସରକାରଙ୍କ ଦ୍ୱାରା ଦିଆ ଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଓ ରିହାତି ଆଦିର ଲାଭ ନେଇ ଅଧିକରୁ ଅଧିକ ଉନ୍ନତ ପ୍ରଣାଳୀ ରେ ଚାଷ କରି ସ୍ୱାବଲମ୍ବୀ ହେବା ପାଇଁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ତପନ କୁମାର ସେଠୀ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ପାଟଣା ବ୍ଲକ ସହକାରୀ କୃଷି ଅଧିକାରୀ ଦେବାର୍ଚ୍ଚନ ଦ୍ବିବେଦୀ, ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ ରୋହିତ କୁମାର ନଏକ, ପାଟଣା ପଶୁ ଚିକିତ୍ସା ଅଧିକାରୀ ଡ଼ଃ ଅର୍ପିତ ଅମିତାଂଶୁ ବିଶ୍ୱାଳ, ତେଲ ତାଳ ବୃକ୍ଷ ରୋପଣ ର କ୍ଷେତ୍ର କର୍ମଚାରୀ ବିଜୟ କୁମାର କାରୁଆ, ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରଦାନ ର କର୍ମଚାରୀ ଚନ୍ଦ୍ରମଣି ଶବର ପ୍ରମୁଖ ଉପସ୍ଥିତ ରହି ଶିବିରାର୍ଥୀ ମାନଙ୍କୁ ବିଭିନ୍ନ କୃଷି ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। ଉଦ୍ୟାନ କୃଷି ଅଧୀଦର୍ଶକ ପ୍ରହ୍ଲାଦ ସେଠୀ ଓ କ୍ଷିତିଶ ଚନ୍ଦ୍ର ମହାନ୍ତ କର୍ମଶାଳା ପରିଚାଳନା କରିବାରେ ସହଯୋଗ କରିଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

8
1167 views