logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଉଦ୍ଘାଟିତ # ଆଜିଠୁ ଗଣ ତନ୍ତ୍ର ନୁହେଁ ରାଜତନ୍ତ୍ର

ବରଗଡ,୨୪। ୧୨
ମା ସମଲେଶ୍ଵରୀ ଙ୍କ ମନ୍ଦିର ରେ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ହାଟପଦା ସ୍ଥିତ ରାଜ ଦରବାର କୁ ପହଞ୍ଚିଥିଲେ।ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ,ସାଂସଦ ପ୍ରଦୀପ ପୁରୋହିତ,ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା,ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ, ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଏସପି ପ୍ରହଲ୍ଲାଦ ସହାୟ ମୀନା,ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀ,ରାଜ ଦରବାର କମିଟି ଆବାହକ ରାଜେନ୍ଦ୍ର ପ୍ରସାଦ ସିଂ,ଗୋପାଳ ଦାଶ,ଅଶୋକ ବେହେରା ପ୍ରମୁଖ ଙ୍କ ଉପସ୍ଥିତି ରେ ୭୮ ତମ ଧନୁଯାତ୍ରା ମହୋତ୍ସବ ଶୁଭ ଉଦ୍ଘାଟିତ ହୋଇ ଥିଲା।ଆଜିଠାରୁ ବରଗଡ଼ ସହର ପାଲଟି ଗଲା ମଥୁରାନଗରୀ ଓ ଗୋପପୁର ପାଲଟିଛି ଅମ୍ବାପାଲି। ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶୁଭାରମ୍ଭ ସହ ସମଗ୍ର ବରଗଡ଼ ଅଞ୍ଚଳ ଭକ୍ତି, ଆସ୍ଥା, ପୌରାଣିକ ଆଡମ୍ବର ଓ ଲୋକସଂସ୍କୃତିରେ ରଙ୍ଗିନ ହୋଇଉଠିଛି। ଆସନ୍ତା ୧୧ ଦିନ ଧରି ଚାଲିବାକୁ ଥିବା ଏହି ବିଶାଳ ମୁକ୍ତାକାଶ ରଙ୍ଗମଞ୍ଚରେ ଶ୍ରୀକୃଷ୍ଣ ଲୀଳାର ବିଭିନ୍ନ ପୌରାଣିକ ଘଟଣାବଳୀ ସଜୀବ ଭାବେ ଉପସ୍ଥାପିତ ହେବ।ଧନୁଯାତ୍ରା ଅବସରରେ ବରଗଡ଼ ସହରକୁ ‘ମଥୁରା’ ଓ ଗୋପପୁର ଅଞ୍ଚଳକୁ ‘ଅମ୍ବାପାଲି’ ଭାବେ ପରିଚିତ ହୋଇ ଯାଇଛି। ଆଜି ରାଜ ଦରବାର ରେ ମହାରାଜ ଉଗ୍ରସେନ ଦେବକୀ ଓ ବାସୁଦେବ ଙ୍କ ବିବାହ ସ୍ଥିର କରି ରାମଜୀ ମନ୍ଦିରରେ ସମ୍ପନ୍ନ କଲେ।ଦିଗ ବିଜୟ ସାରି କଂସ ଫେରିବା ପରେ ଏକ ଦୈବ ବାଣୀ ହେଲା , ରେ ରେ କଂସ ଦେବକୀ ଅଷ୍ଟମ ଗର୍ଭ ସନ୍ତାନ ତୋ ମୃତ୍ୟୁ ର କାରଣ,ଏହା ଶୁଣି କଂସ ବିବ୍ରତ ହେବା ସହ ମହାରାଜ ଉଗ୍ରସେନ ଙ୍କୁ ଗାଦି ଚ୍ୟୁତ୍ କରି ନିଜେ କଂସ ସିଂହାସନ ଆରୋହଣ କରିଥିଲେ।ପରେ ଦେବକୀ ବାସୁଦେବ ଙ୍କୁ କାରାଗାର କୁ ପ୍ରେରଣ କରିଥିଲେ । ସମସ୍ତ ଙ୍କ ଅଭିନୟ ଖୁବ୍ ଉଚ୍ଚ କୋଟିର ହୋଇଥିଲା ।ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ ଙ୍କ ପ୍ରଚେଷ୍ଟା କ୍ରମରେ ଚଳିତ ବର୍ଷ ଏକ ନୂତନ ରୂପ ରେ ବରଗଡ଼ ସହର ସଜେଇ ହୋଇ ଯାଇଛି।

20
508 views

Comment