logo

ସେମିଳିଗୁଡା କଲେଜରେ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ, ସେମିଳିଗୁଡା,କୋରାପୁଟ, ଓଡିଶା,ତା୨୪/୧୨/୨୫(ବୁଧବାର)

ସେମିଳିଗୁଡା ମହାବିଦ୍ୟାଳୟ ପରିସରରେ ନିଶାମୁକ୍ତ ଅଭିଯାନ ।
ସେମିଳିଗୁଡା ମହାବିଦ୍ୟାଳୟ ପରିସରରେ ପ୍ରଜାପିତା ବ୍ରହ୍ମାକୁମାରୀ, ନବରଙ୍ଗପୁର କେନ୍ଦ୍ର ସେମିଳିଗୁଡା କେନ୍ଦ୍ର ସହଯୋଗରେ ନିଶାମୁକ୍ତ ଭାରତ ଅଭିଯାନ ଉପରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅଧ୍ୟକ୍ଷା ଡ଼ ଝାନ୍ସୀ ସିଂହଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ତିନି ଶହ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ଚରିତ୍ର ଗଠନ ଓ ନିଶାମୁକ୍ତ ଜୀବନ ଏକ ସୁସ୍ଥ ସମାଜର ବାର୍ତ୍ତାବହ I ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭର ହେବା ସହ ଏକ ଶୃଙ୍ଖଳିତ ଜୀବନ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ I ନିଶାସେବନ ଦ୍ଵାରା ଲୋକମାନେ କେଉଁଭଳି ଭାବରେ କର୍କଟ ରୋଗରେ ପୀଡ଼ିତ ହେଉଛନ୍ତି ଏବଂ ପରବର୍ତ୍ତୀ ଜୀବନ କିପରି ଦୁର୍ବିସହ ହୋଇପଡୁଛି, ତାହା ବର୍ଣ୍ଣନା କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏକ ଭିଡିଓ କ୍ଲିପଟିକୁ ପ୍ରଦର୍ଶନ କରାଯାଇଥିଲା I ପ୍ରଜାପିତା ବ୍ରହ୍ମକୁମାରୀଙ୍କ ମଧ୍ୟରେ ଶ୍ରୀ ରାଜୀବ ଯୋଶୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ସଂଯୁକ୍ତା ଭଉଣୀ, ନିର୍ମଳ ଭଉଣୀ, ରୁବୀ ଭଉଣୀ, ପ୍ରେସ୍ କ୍ଳବ୍ ସଭାପତି ଏବଂ ସମ୍ପାଦକ ଶ୍ରୀ ଅଜୟ ସାହୁ ଏବଂ ଶ୍ରୀ ମନୋଜ ପଟ୍ଟନାୟକ ଉପସ୍ଥିତ ଥିଲେ I ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନଙ୍କ ମଧ୍ୟରେ ଡ. ସୁଭ୍ରାଂଶୁ ସୁନ୍ଦର ଦାସ, ଶ୍ରୀମତୀ ଜ୍ୟୋତ୍ସ୍ନା ଦାସ, ଶ୍ରୀମତୀ ରୋନାଲି ନାୟକ, ରଶ୍ମିତା ସାହୁ, ଶ୍ରୀମତୀ ଅମିତା ପାଢୀ, ଶ୍ରୀ ଶେଷଦେବ ମିଶ୍ର, ସୁମିତ୍ରା ଗିରି, ପ୍ରମୁଖ ଉପସ୍ଥିତ ଥିଲେ I

19
1448 views