logo

ଠାକୁରଗଡ଼ ଲଷ୍ମୀପୂଜା କମିଟି ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ l

ଅନୁଗୋଳ (କରୁଣାକର ନାୟକ )24/12 ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଲଷ୍ମୀ ବଜାର ପୂଜା କମିଟି ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସମୁଦାୟ 35 ୟୁନିଟ ରକ୍ତ ସଂଗ୍ରହ କରାଯାଇ ଆଠମଲ୍ଲିକ ରକ୍ତଜେନ୍ଦ୍ର କୁ ପ୍ରଦାନ କରାଯାଇଛି l ଆଠମଲ୍ଲିକ ଏସ ଡି ପି ଓ ସୁଶାନ୍ତ କୁମାର ତାଉଣ୍ଡିଆ ଏବଂ ଆଠମଲ୍ଲିକ ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ଉପସ୍ଥିତ ରହି ଦୀପ ପ୍ରଜ୍ବଳନ ପୂର୍ବକ ଶିବିର ଉଦଘାଟନ କରିଥିଲେ l ଆଠମଲ୍ଲିକ ରକ୍ତକେନ୍ଦ୍ରର ଡ଼ଃ କୁମାର ସୌରଭ ସବ୍ୟସାଚୀ ବେଉରା ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକନିସିଆନ ମୁକେଶ କୁମାର ଦେହୁରୀ, ସୁଶାନ୍ତ ସାହୁ, ନର୍ସିଙ୍ଗ ଅଫିସର ପ୍ରିୟଦର୍ଶିନୀ ସାହୁ ରକ୍ତ ସଂଗ୍ରହ କରିଥିଲେ l ଅଫିସ କର୍ମଚାରୀ ରାକେଶ କୁମାର ଦତ୍ତ ନାମ ପଞ୍ଜିକରଣ କରିଥିଲେ ଏବଂ ମନୋରଞ୍ଜନ ବେହେରା, ବିନୟ କୁମାର ବିଶ୍ୱାଳ ସହଯୋଗ କରିଥିଲେ l ପ୍ରବର୍ତ୍ତକ ରାଧାମୋହନ ତ୍ରିପାଠୀ, ବିନୟ କୁମାର ପଟ୍ଟନାୟକ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ଲଷ୍ମୀପୂଜା କମିଟି ସଭାପତି ସନ୍ତୋଷ କୁମାର ସାହୁ, ଉପ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ସମ୍ପାଦକ ତଥା ରକ୍ତଦାତା ସଂଘ ସଭାପତି ଶତ୍ରୁଘ୍ନ ସାହୁ, ସହ ସମ୍ପାଦକ ବିଭୁତି ସେନାପତି, କୋଷାଧ୍ୟକ୍ଷ ମନୋଜ କୁମାର ସାହୁ, ସଞ୍ଜୀବ, ସାହିଲ, ହରିଶ, ରିତେଶ ପ୍ରମୁଖ ସମସ୍ତ ପ୍ରକାର ସହଯୋଗ କରିଥିଲେ l ସୌରଭ କୁମାର ମିଶ୍ର, ଶୁଭ୍ରକାନ୍ତ ପ୍ରଧାନ, ଅନାମ ଚରଣ ସ୍ୱାଇଁ, ଅଶ୍ୱିନୀ କୁମାର ସ୍ୱାଇଁ ଉପସ୍ଥିତ ରହି ସହଯୋଗ କରିଥିଲେ l

96
2310 views