logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଲାଖବାହାଲି ଗାଁରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ପାଇଁ ୬ଗୋଟି ପଞ୍ଚାୟତ ବାସୀଙ୍କ ବୈଠକ




ଲାଞ୍ଜିଗଡ଼,(AIMA MEDIA):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ଆଜିବି ସାତ ସପନ ହୋଇରହିଛି। ବ୍ଲକର ପାହାଡ଼ପଦର,ମାଳିଯୁବାଙ୍ଗ, ଲାଖବାହାଲି,ବେନଗାଁ,ବିଜେପୁର,ଲାଞ୍ଜି ଆଦି ଗ୍ରାମପଞ୍ଚାୟତ ଅଞ୍ଚଳର ଶହଶହ ଛାତ୍ରଛାତ୍ରୀ ହାଇସ୍କୁଲ ଶିକ୍ଷା ପରେ ଉଚ୍ଚ ଶିକ୍ଷା ପାଇଁ ୬୦ କିମି ବିଶ୍ୱନାଥପୁର, ୩୦ କିମି ଲାଞ୍ଜିଗଡ଼, ୬୫ କିମି ଦୂର ଅମ୍ବାଦଳା, ୩୦ କିମି ଦୂର କଲ୍ୟାଣ ସିଂହପୁର ସହିତ ୧୨୦ କିମି ଦୂର ଭବାନୀପାଟଣା ଉପରେ ନିର୍ଭର କରିଥାନ୍ତି। ଏପରିକି ଦୀର୍ଘ ଦିନ ହେଲା ବ୍ଲକର ଘାଟି ଅଞ୍ଚଳରେ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ପାଇଁ ଦାବି ହୋଇଆସୁଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏଦାବି ଦୁର୍ଗମ ଅଞ୍ଚଳରେ ପୂରଣ ହୋଇପାରିନି। ଏହାକୁ ଦୃଷ୍ଟିରେ ରଖି ଆଜି ଲାଖବାହାଲି ଗାଁର ଜନସାଧାରଣ ସମେତ ୬ଗୋଟି ପଞ୍ଚାୟତର ଲୋକେ ଏକ ଜୁଟ ହୋଇ ଲାଖବାହାଲି ସ୍କୁଲ ଠାରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ଦୁର୍ଗମ ଅଞ୍ଚଳ ଲାଖବାହାଲି ଗାଁରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ପାଇଁ ଉପସ୍ଥିତ ସମସ୍ତ ଜନସାଧାରଣ ସହମତି ପ୍ରକାଶ କରିଥିବା ବେଳେ ସରକାରକଙ୍କୁ ଏକ ଦାବି ପତ୍ର ଦେବା ଶହ ଆଗାମୀ ପିଢ଼ି ପାଇଁ ଏକ ନୂତନ ଦିଗ କୋଲିବାରେ ସମସ୍ତେ ସହଯୋଗ କରିବାରେ ନିଷ୍ପତି ନିଆଯାଇଥିଲା l ଉକ୍ତ ବୈଠକରେ ଲାଖବାହାଲି ସରପଞ୍ଚ ପଦ୍ମିନୀ ମାଝୀ, ପାହାଡ ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ, ମାଳିଯୁବାଙ୍ଗ ସରପଞ୍ଚ ଜନନ ମାଝୀ, ବୈଦ୍ୟନାଥ ନାଏକ, ନୀଳକଣ୍ଠ ଦୁର୍ଗା, ଜଗଦୀଶ ପୁଟ ସୁଶାନ୍ତ ନିଆଲ, ଶିବରାମ କରକାରିଆ, ଅନିଲ ନିଆଲ, ଘାଷି ମାଝୀ, ବଳଭଦ୍ର ନାଏକ, ମାର୍କଣ୍ଡ ସୁନା, ଅମରଦାସ ନାଏକ ସମେତ ୬ଟି ପଞ୍ଚାୟତର ଜନସାଧାରଣ ଉପସ୍ଥିତ ରହିଥିଲେ l

21
790 views

Comment