logo

ବିଡ଼ିଓଙ୍କ ଫିଟ୍ ମନ୍ତ୍ର ।

ହାଟଡିହି ବିଡ଼ିଓ ରଞ୍ଜନ କୁମାର ପରିଡ଼ା ଜଣେ ସାଧାରଣ ଅମାୟିକ ବ୍ୟକ୍ତି। ଯାହାର ଉଦାହରଣ ସ୍ୱରୂପ ଦେଖିବାକୁ ମିଳୁଛି ଏବେ  ରାଜ୍ୟ ର ପ୍ରବଳ ଶୀତ ଲହରୀ ଜାରି ରହିଥିବାରୁ ପ୍ରତିଦିନ ସକାଳ ହେଲେ ହାଟଡିହି ବ୍ଲକ ପରିସର ମଧ୍ୟରେ ହାଫ୍ ପ୍ୟାଣ୍ଟ ସାଙ୍ଗକୁ ବୁଟ ବାନିୟନ।  ଚାକିରି ଓଏସ ହୋଇଥିଲେ ମଧ୍ୟ ପ୍ରତି ଦିନ କିଛି  ନା କିଛି ଲୋକଙ୍କୁ  ଡାକି  ସମସ୍ୟା ବୁଝିବା ସହ ଆଉ କଣ କଣ ଯୋଜନା ଏହି ଅଞ୍ଚଳ ପାଇଁ ଆବଶ୍ୟକ ତାହାକୁ ଧ୍ୟାନ ଦେଉଛନ୍ତି। ନିଜ କୁ ଫିଟ୍ ରଖିବା ପାଇଁ ଦାମୀ ଖାଦ୍ୟ ସାଙ୍ଗକୁ ଚକା ଚକ୍ ଘର ଆବଶ୍ୟକତା ଖୋଜୁ ନାହାନ୍ତି ବିଡ଼ିଓ ରଞ୍ଜନ କୁମାର ପରିଡ଼ା। ପ୍ରତିଦିନ ସକାଳ ଜଳଖିଆ ରେ ଚୁଡା ଉପମା, ରୁଟି ସନ୍ତୁଳା ରେ ମନ ଖୁସି  ଦି ପ୍ରହରେ ମଧ୍ୟ ସୁଧ ନିରାମିଷ ଭୋଜନ ସାଙ୍ଗକୁ ଶାଗ ପ୍ରିୟ ଅଟେ। ସୁସ୍ଥ ରହିବାର ଆବଶ୍ୟକତା ଓ ଦେହର ଭିଟାମିନ ଅଭାବ ପୁରଣ କରିବାକୁ ନିରାମିଷ ମଧ୍ୟରେ ମାଛରେ ବେଶ୍ ରୁଚି। ସବୁ ବିଭାଗ ରେ କର୍ମଚାରୀ ମାନଙ୍କୁ କାମ ଶିଖାଇବା ରେ ପସନ୍ଦ କରନ୍ତି । ଏବେ ଶୀତ ଲହରୀ ଜାରି ରହିଥିବାରୁ ପ୍ରତିଦିନ ସକାଳ ପ୍ରାୟ ସାଢେ଼ ସାତ ଟା ପର୍ଯ୍ୟନ୍ତ ଶାରୀରିକ ବ୍ୟାୟମ, ଯୋଗ ଭ୍ୟାସ, ପରେ ନିଜର କର୍ତ୍ତବ୍ୟ ରେ ଅଗ୍ରସର ହୁଅନ୍ତି। ଏହି ଭଳି ଅଭ୍ୟାସ ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କୁ ସରକାରୀ ଯୋଜନା ର ସଫଳ ରୂପାୟନ କରିବାକୁ ନେଇ ସାଧାରଣରେ ବେଶ୍ ଚର୍ଚ୍ଚା ସାଉଁଟି ପାରିଛନ୍ତି ବିଡ଼ିଓ ରଞ୍ଜନ କୁମାର ପରିଡ଼ା।

2
1027 views