logo

ବିଭାବନା ପତ୍ରିକା ଓ ବର୍ଷା ସାହିତ୍ଯ ସଂସଦର ମିଳିତ ଆନୁକୁଲ୍ୟରେ ହନୁମାନ ବାଟିକାରେ କବିତା ଆସର ଅନୁଷ୍ଠିତ। ଦାମନଯୋଡି,କୋରାପୁଟ, ଓଡିଶା,ତା୨୩/୧୨/୨୫(ମଙ୍ଗଳବାର)

ବିଭାବନା ଓ ବର୍ଷା ସାହିତ୍ୟ ସାଂସଦ ଦାମନଯୋଡିର ମିଳିତ ଆସର
ଦାମନଯୋଡି-: (ନି.ପ୍ର)ବିଭାବନା ସାହିତ୍ୟ ପତ୍ରିକା ଢେଙ୍କାନାଳ ଓ ବର୍ଷା ସାହିତ୍ୟ ସାଂସଦ ଦାମନଯୋଡିର ମିଳିତ ଆନୁକୁଲ୍ୟରେ ଏକ ସାରସ୍ଵତ ବନ୍ଧୁମିଳନ ତଥା କବିତା ଆସର ଦାମନଯୋଡି ହନୁମାନ ବାଟିକା ପରିସରରେ ଅନୁଷ୍ଠିତ ହୋଇଯାଇଛି। ବର୍ଷା ସାହିତ୍ୟ ସଂସଦର ଉପ ସଭାପତି ନଳିନୀ କାନ୍ତ ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାହିତ୍ୟ ଆସରରେ ବିଭାବନା ପତ୍ରିକା ତଥା ମନୋରଞ୍ଜନ ଏକାଡେ଼ମୀ ଢେଙ୍କାନାଳର ସମ୍ପାଦକ ମାନସ କୁମାର ନନ୍ଦ ମୁଖ୍ୟ ଅତିଥି ଏବଂ ବିଭାବନା ପତ୍ରିକାର ସହ ସମ୍ପାଦିକା ମନୀଷା ନନ୍ଦ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଡଃ ଅଶୋକ କୁମାର ମହାନ୍ତି ଅତିଥି ପରିଚୟ ସହିତ କବିତା ସଂଯୋଜନା କରିଥିଲେ। ବିଭାବନା ପତ୍ରିକା ତଥା ମନୋରଞ୍ଜନ ଏକାଡେ଼ମୀର ପ୍ରତିଷ୍ଠା ସମ୍ପାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭ୍ୟ ସ୍ବର୍ଗତ ମନୋରଞ୍ଜନ ନନ୍ଦଙ୍କ ଆତ୍ମାର ସଦ୍ଗତି ପାଇଁ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। କବି କୁଳମଣି ଦାସ, ଶୁଭ୍ର କାନ୍ତ ସାହୁ, ସବିତା ହୋତା, ତପସ୍ଵିନୀ ମିଶ୍ର, ମନୀଷା ନନ୍ଦ, ନଳିନୀ କାନ୍ତ ସେନାପତି, ଡଃ ଅଶୋକ କୁମାର ମହାନ୍ତି, ରାଜୀବ କୁମାର ନାୟକ, ଶ୍ରୀଧର ପରିଡ଼ା, ଧନେଶ୍ଵର ମହାପାତ୍ର, ଟି ତେଜେଶ୍ଵର ପାତ୍ର, ମାନସ କୁମାର ନନ୍ଦ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ବର୍ଷା ସାହିତ୍ୟ ସଂସଦର ସମ୍ପାଦକ ଶ୍ରୀଧର ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ମିଳିତ ସାରସ୍ଵତ ଆୟୋଜନର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ମାନସ କୁମାର ନନ୍ଦ ଓ ମନୀଷା ନନ୍ଦଙ୍କୁ ଫୁଲତୋଡ଼ା ଓ ବିଭିନ୍ନ ପୁସ୍ତକ ଉପହାର ଦେଇ ସମ୍ମାନୀତ କରାଯାଇଥିଲା। ଉଭୟ ସାହିତ୍ୟ ଅନୁଷ୍ଠାନର ସଭ୍ୟ ସଭ୍ୟାମାନେ ନିଜ ତଥା ନିଜ ଅନୁଷ୍ଠାନର ପ୍ରକାଶିତ ପୁସ୍ତକ ଆଦାନ ପ୍ରଦାନ କରି ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ।ଧନେଶ୍ଵର ମହାପାତ୍ର ସମବେତ ସମସ୍ତ ସାରସ୍ବତ ସାଧକସାଧିକାମାନଙ୍କୁ ଚା'ପାନରେ ଆପାୟିତ କରିଥିଲେ ।

51
2214 views