logo

ମା ଜଗତ ଜନନୀ ସେବା ଟ୍ରଷ୍ଟ ଆନୁକୁଲ୍ୟରେ ଅସହାୟଙ୍କୁ ଶୀତ ବସ୍ତ୍ର ବଣ୍ଟନ।

*ମା ଜଗତ ଜନନୀ ସେବା ଟ୍ରଷ୍ଟ ଆନୁକୁଲ୍ୟରେ ଅସହାୟଙ୍କୁ ଶୀତ ବସ୍ତ୍ର ବଣ୍ଟନ*


କେନ୍ଦୁଝର, ସଦର ଶୀତ ଋତୁର କଠୋରତା ମଧ୍ୟରେ ଅସହାୟ ଓ ନିରାଶ୍ରୟ ଲୋକମାନଙ୍କ ପାଇଁ ଏକ ସହାନୁଭୂତିମୂଳକ ପଦକ୍ଷେପ ଭାବେ ମା ଜଗତ ଜନନୀ ସେବା ଟ୍ରଷ୍ଟ ଆନୁକୁଲ୍ୟରେ ଆଜି ବାଉରି ପଦା ପଞ୍ଚାୟତ ଅନ୍ତର୍ଗତ ବିଶ୍ଵନାଥପୁର ଏବଂ ସାହାଡ଼ାପୁର୍ ଗ୍ରାମରେ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ଟ୍ରଷ୍ଟର ସଂଯୋଜକ ରଘୁନାଥ ମହାନ୍ତଙ୍କ ସହଯୋଗରେ ଆୟୋଜିତ ହୋଇଥିବା ବେଳେ, ଅନେକ ଅସହାୟ, ଦରିଦ୍ର ଓ ବୃଦ୍ଧ–ବୃଦ୍ଧାଙ୍କୁ କମ୍ବଳ ସହିତ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା। ଶୀତରୁ ରକ୍ଷା ପାଇବାରେ ଏହି ସହାୟତା ତାଙ୍କ ପାଇଁ ବଡ଼ ଆଶ୍ୱାସନ ହୋଇଥିବା ଦେଖାଗଲା।
ଶୀତ ବସ୍ତ୍ର ପାଇ ଖୁସି ହୋଇଥିବା ବୃଦ୍ଧ ବୃଦ୍ଧାମାନେ ଟ୍ରଷ୍ଟର ଆବାହକ ସନାତନ ମହାକୁଡ଼ଙ୍କୁ ଘୁରିଘୁରି ପ୍ରଶଂସା କରିଥିବା ସହ ଏପରି ସେବାମୂଳକ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହୁ ବୋଲି ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ ବୃଦ୍ଧ ବୃଦ୍ଧାମାନେ ପୂର୍ବତନ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଶୀତ ବସ୍ତ୍ର, ଛତା, ଜୋତା ଭଳି ଆବଶ୍ୟକୀୟ ସାମଗ୍ରୀ ସରକାରୀ ସ୍ତରରେ ବଣ୍ଟନ କରାଯାଉଥିଲା ବୋଲି ସ୍ମରଣ କରିଥିଲେ। କିନ୍ତୁ ସରକାର ପରିବର୍ତ୍ତନ ପରେ ଏପରି ସୁବିଧା ଆଉ ମିଳୁନଥିବାକୁ ନେଇ ସେମାନେ କ୍ଷୋଭ ପ୍ରକାଶ କରିଥିଲେ।

ସରକାରୀ ସହାୟତା ଅଭାବ ମଧ୍ୟରେ ମା ଜଗତ ଜନନୀ ସେବା ଟ୍ରଷ୍ଟ ଭଳି ସାମାଜିକ ସଂଗଠନର ଏହି ପଦକ୍ଷେପ ଅଞ୍ଚଳବାସୀଙ୍କ ମଧ୍ୟରେ ବ୍ୟାପକ ପ୍ରଶଂସା ଲାଭ କରିଛି ଏବଂ ମାନବିକତାର ଏକ ଉତ୍ତମ ଉଦାହରଣ ଭାବେ ଦେଖାଯାଉଛି।

କମଳ ଲୋଚନ ମହାନ୍ତ ଙ୍କ ରିପୋର୍ଟ।

26
1056 views