logo

*ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବ ୨୦୨୫ ଉଦଯାପିତ*

*୫ ଦିନରେ ୨୦ କୋଟି ବ୍ୟବସାୟ, ଉଦଯାପନୀ ସନ୍ଧ୍ୟାରେ ମତୁଆଲା କଲେ ବଲିଉଡ୍ କଣ୍ଠଶିଳ୍ପୀ ସଚେତ ପରମ୍ପରା*

ଦାମନଯୋଡି/କୋରାପୁଟ:ଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ "ପରବ-୨୦୨୫" ଗତ ସୋମବାର ଉଦଯାପିତ ହୋଇଯାଇଛି । ୫ ଦିନରେ ୨୦ କୋଟି ଟଙ୍କାର ବ୍ୟବସାୟ ହେବା ସହ ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମରେ ଉଦଯାପିତ ହୋଇଯାଇଛି ପରବ-୨୦୨୫ । ଶେଷ ସଂନ୍ଧ୍ୟାରେ ଲୋକଙ୍କୁ ନିଜ ସଙ୍ଗିତରେ ମତୁଆଲା କଲେ ବଲିଉଡ୍ କଣ୍ଠଶିଳ୍ପୀ ସଚେତ ଓ ପରମ୍ପରା । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ କୁ ନାକେଦମ୍ ହେବାକୁ ପଡ଼ିଥିଲା । ୫ ଡିଗ୍ରୀ ତଳେ ପାରଦ ହାଡ଼ଭଙ୍ଗା ଶୀତରେ ୫ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମରେ ଉଦଯାପିତ ହୋଇଥିଲା ପରବ ୨୦୨୫ । ୫ ଦିନିଆ ଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ କୋରାପୁଟ ପରବ ଚଳିତବର୍ଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଅନ୍ୟାନ୍ୟ ମନ୍ତ୍ରୀ ଉପସ୍ଥିତ ରହିଥିଲେ । ବେସ ମନୋରଞ୍ଜନ ଭରା ରହିଥିଲା ପ୍ରତ୍ୟେକ ସଂନ୍ଧ୍ୟା। ସ୍ଥାନୀୟ କଳାକାର ସହ ରାଜ୍ୟ ଓ ରାଜ୍ୟ ବାହାରୁ ସୁନାମଧନ୍ୟ କଳାକାର ନିଜ କଳା ପରିବେଷଣ କରିଥିଲେ। ଉଦଯାପନୀ ସଂନ୍ଧ୍ୟାରେ ବିଶେଷ ଆକର୍ଷଣ ଥିଲେ ବଲିଉଡ କଣ୍ଠଶିଳ୍ପୀ ସଚେତ ଓ ପରମ୍ପରା । ଶୀତ ବଢୁଥିବା ସହ ପରବ ପଡ଼ିଆରେ ଲୋକଙ୍କ ସମାଗମ ମଧ୍ୟ ବଢୁଥିଲା । ବଲିଉଡ୍ କଣ୍ଠଶିଳ୍ପୀ ସଚେତ ଓ ପରମ୍ପରା ଜଗନ୍ନାଥ ଭଜନ ରୁ ଆରମ୍ଭ କରି ରାମଙ୍କ ଭଜନରେ ଶେଷ କରିଥିଲେ । ସେ ମଧ୍ୟରେ ବଲିଉଡ୍ ହିଟ୍ ଗୀତ ସହ ରଙ୍ଗବତୀ ଗୀତର ତାଳେତାଳେ ନାଚିଥିଲେ ଯାହାକୁ ଦେଖି ଆସିଥିବା ଦର୍ଶକ ମଧ୍ୟ ବେସ ଉତ୍ସାହିତ ହୋଇ ପଡିଥିଲେ । ରାତି ୧୨ ଟା ପର୍ଯ୍ୟନ୍ତ ଚାଲିଥିଲା ଏହି କାର୍ଯ୍ୟକ୍ରମ । ପ୍ରଥମ ଥର ପାଇଁ ପରବ ମହୋତ୍ସବରେ ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ନିୟନ୍ତ୍ରଣ କରିବାକୁ ପୋଲିସ ପ୍ରଶାସନକୁ ନାକେଦମ୍ ହେବାକୁ ପଡିଥିଲା । ଅସମ୍ଭାଳ ଭିଡ଼ ବେରିକେଟ ଉପରେ ଚଢ଼ିବା ସହ ପରବ ପଡ଼ିଆରେ ନିକଟରେ ଥିବା ଦୁଇଟି ପାହାଡ଼ ଉପରେ ଚଢ଼ି ଯାଇଥିଲେ ଲୋକେ । ଅନ୍ୟପଟେ ଚଳିତବର୍ଷ ରେକର୍ଡ କରିଛି କୋରାପୁଟ ପରବ ୨୦୨୫ର ବ୍ୟବସାୟ । ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଚଳିତବର୍ଷ ୨୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବ୍ୟବସାୟ ହୋଇଛି । ପଲ୍ଲୀଶ୍ରୀ ମେଳା ସହ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀ ସମସ୍ତଙ୍କ ବ୍ୟବସାୟ ଭଲ ହୋଇଥିବା ବେଳେ କୋରାପୁଟ କଫି ଓ ମାଣ୍ଡିଆ ଚଳିତବର୍ଷ ଆକର୍ଷଣ ରହିଥିଲା । ଇତି ଅବସରରେ କନକ ନ୍ୟୁଜ ଚ୍ୟାନେଲ ର କୋରାପୁଟ ପ୍ରତିନିଧି ପେନ୍ସିଲ ରେ ନିଜ ହାତରେ ଆଙ୍କିଥିବା ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳ ଙ୍କ ଫଟୋଚିତ୍ର ପ୍ରଦାନ କରି ବେଶ୍ ପ୍ରଶଂସିତ ହୋଇଥିଲେ । ଶେଷ ସଂନ୍ଧ୍ୟାରେ ବିଭିନ୍ନ ବିଭାଗକୁ ନେଇ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ମାନଙ୍କୁ ପୁରସ୍କୃତ କରିଥିବା ବେଳେ ଶ୍ରେଷ୍ଠ ମୁନସିପାଲଟି ଭାବରେ କୋରାପୁଟ ଓ ଶ୍ରେଷ୍ଠ ବ୍ଳକ୍ ଭାବରେ କୋରାପୁଟ ଓ ଜୟପୁର ପୁରସ୍କୃତ ହୋଇଥିଲେ । ଶେଷରେ ଜିଲ୍ଲାପାଳ ପରବ ମଶାଲ ଲିଭାଇବା ସହ ପତକା ଓହ୍ଲାଇ ପରବ ୨୦୨୫ ର ଉଦଯାପିତ କରିଥିଲେ । ଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ପରବ ୨୦୨୫ ସଫଳତା ସହ ଉଦଯାପନୀ ହୋଇଯାଇଛି ଯାହାର ଶ୍ରେୟ ସମସ୍ତ ବିଭାଗୀୟ ଅଧିକାରୀ, ଜନପ୍ରତିନିଧି ସହ ଗଣମାଧ୍ୟମକୁ ଦେଇଛନ୍ତି ଜିଲ୍ଲାପାଳ ।

19
1507 views