logo

ଉତ୍କଳ ବ୍ରାହ୍ମଣ ପୂଜକ ସଂଘ, କେନ୍ଦୁଝର ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ।

ଉତ୍କଳ ବ୍ରାହ୍ମଣ ପୂଜକ ସଂଘ, କେନ୍ଦୁଝର ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ।
#####################
ଅଦ୍ୟ ଉତ୍କଳ ବ୍ରାହ୍ମଣ ପୂଜକ ସଂଘ ହରିଚନ୍ଦନପୁର ଶାଖା ତରଫରୁ ସ୍ଥାନୀୟ ଗୁଣ୍ଡିଚ ଘାଗୀ ଜଳ ପ୍ରପାତ ନିକଟରେ ଏକ ବନ୍ଧୁ ମିଳନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟ କ୍ରମ ରେ ସଦର ବ୍ଲକ ଓ ତେଲକୋଇ ବ୍ଲକ ଅଞ୍ଚଳ ର ଅନେକ ବ୍ରାହ୍ମଣ ପରିବାର ଅଂଶ ଗ୍ରହଣ କରିଥିଲେ। ପଣ୍ତିତ ମଧୁସୁଦନ ମିଶ୍ର, ବ୍ରଜ କିଶୋର ମହାପାତ୍ର, ଶ୍ରୀକାନ୍ତ କୁମାର ପଣ୍ଡା, ସନ୍ତୋଷ କୁମାର ରଥ, ଉମାକାନ୍ତ ପତି, ଅନିରୁଦ୍ଧ କର, ଶରତ ଚନ୍ଦ୍ର ମିଶ୍ର, ବସନ୍ତ କୁମାର ପଣ୍ଡା ଆଦି ପ୍ରମୁଖ ବ୍ୟକ୍ତି ଗଣ ଯୋଗ ଦାନ କରି ବ୍ରାହ୍ମଣ ଏକତା ଓ ସମାଜ ସେବା, ବିଷୟରେ ଆଲୋଚନା କରାଯାଇ ଥିଲା। ପରସ୍ପର ଭାବର ଆଦାନ ପ୍ରଦାନ କରାଯାଇ ଥିଲା। ଆଦିମ କାଳରୁ ବ୍ରାହ୍ମଣ ମାନଙ୍କର ସମାଜ ପ୍ରତି ଅବଦାନ ନବୁଝି ପାରି କେତେକ ବ୍ୟକ୍ତି ବ୍ରାହ୍ମଣ ବିରୋଧୀ ମତ ଦେଉ ଥିବାରୁ ଓ ସରକାରଙ୍କର କୌଣସି ସହାୟତା ମିଳୁ ନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା। ସର୍ବେ ଭବନ୍ତୁ __ଅମାର ମୂଳ ମନ୍ତ୍ର ସମସ୍ତଙ୍କର ସର୍ବ ମଙ୍ଗଳ ପାଇଁ ଶାନ୍ତି ପାଠ କରାଯାଇଥିଲା। ପ୍ରସାଦ ସେବନ ପରେ ସଭା କାର୍ଯ୍ୟ ସାଙ୍ଗ କରାଗଲା। ଶେଷରେ ଶାନ୍ତନୁ କୁମାର ଦାଶ ଓସୁବାହୁ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଜୟ ପର୍ଶୁରାମ ଧ୍ଵନି ସହିତ ବିଶ୍ଵ କଲ୍ୟାଣ ପାଇଁ ହରିବୋଲ ଧ୍ଵନି ପ୍ରତିଧ୍ଵନି ତ ହେଉଥିଲା।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

49
1587 views