logo

ମା' ଜଗତ ଜନନୀ ସେବା ଟ୍ରଷ୍ଟ ତରଫରୁ କମ୍ବଳ ବଣ୍ଟନ।

ମା' ଜଗତ ଜନନୀ ସେବା ଟ୍ରଷ୍ଟ ତରଫରୁ କମ୍ବଳ ବଣ୍ଟନ।

କେନ୍ଦୁଝରର ସୁନାମଧନ୍ୟ ସାମାଜିକ ଅନୁଷ୍ଠାନ ମା'ଜଗତ ଜନନୀ ସେବା ଟ୍ରଷ୍ଟ ତରଫରୁ ଜିଲାରେ ଶୀତକୁ ଦୃଷ୍ଟିରେ ରଖି କେନ୍ଦୁଝର ମୁନିସିପାଲିଟି ଅନ୍ତର୍ଗତ ୪ନମ୍ବର ଏବଂ ୯ନମ୍ବର ୱାର୍ଡରେ ଥିବା ଅସହାୟ ଵୃଦ୍ଧ ଵୃଦ୍ଧା ଗରିବ ଭିର୍ନକ୍ଷମ ନିଷ୍ପେସିତ ବ୍ୟକ୍ତି ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି l କେନ୍ଦୁଝରର ବିଶିଷ୍ଟ ସମାଜସେବୀ ତଥା ବିଧାୟକ ଚମ୍ପୁଆ ସନାତନ ମହାକୁଡ଼ଙ୍କ ଆର୍ଥିକ ସହାୟତା ଏବଂ ନିର୍ଦେଶ କ୍ରମେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲ୍ଲାରେ ଶୀତର ପ୍ରକୋପକୁ ଆଖି ଆଗରେ ରଖି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି l ମଜଗତ ଜନନୀ ସେବା ଟ୍ରଷ୍ଟର ବରିଷ୍ଟ ସଦସ୍ୟ ତଥା ସମାଜସେବି ସଂଜୀବ କୁମାର ବେହେରା, କୈଳାସ ଚନ୍ଦ୍ର ପ୍ରଧାନ, ତୁଷାର ରଞ୍ଜନ ଧଡ଼ା, ବିଶ୍ୱଜିତ ସାହୁ, ସନ୍ତୋଷ କୁମାର ପଣ୍ଡା, ବିପ୍ଳବ ମୋଦି, କକାଉନସିଲର ଅବିନାଶ ମିଶ୍ର, ବିଜୟ କୁମାର ଜେନା, ପୂର୍ବତନ କାଉନସିଲର କବିତା ଜେନା, ସବିତା ଦାସ ପ୍ରମୁଖ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

35
1322 views