logo

ଜିଙ୍ଗଲବେଲ ପ୍ଲେ ସ୍କୁଲର ପଞ୍ଚମ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ।

ଜିଙ୍ଗଲବେଲ ପ୍ଲେ ସ୍କୁଲର ପଞ୍ଚମ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ।

କେନ୍ଦୁଝର,ତା୨୩/୧୨- କେନ୍ଦୁଝର ପୁରୁଣା ସହରର ପୁରାତନ ଜିଙ୍ଗଲବେଲ ପ୍ଲେ ସ୍କୁଲର ପଞ୍ଚମ ବାର୍ଷିକ ଦୁଇଦିନିଆ କ୍ରୀଡ଼ା ଉତ୍ସବ ହାଟପଡିଆ ପ୍ଲେଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି। ଦଶ ମିଟର ଦୌଡ଼, ରିବନ ରେସ, ମ୍ୟୁଜିକ ଚେୟାର,ଜିଲାପି ରେସ ଆଦି ଖେଳରେ ଶତାଧିକ କୁନି କୁନି ପିଲାମାନେ ଉତ୍ସାହର ସହିତ ଭାଗ ନେଇଥିଲେ। ସମସ୍ତ ପିଲାଙ୍କ ଅଭିଭାବକ ମାନେ ମଧ୍ୟ ସକ୍ରିୟ ଅଂଶ ଗ୍ରହଣ କରି ପିଲାଙ୍କୁ ଉତ୍ସହ ପ୍ରଦାନ କରିଥିଲେ। ଉଦଯାପନୀ ସମାରୋହରେ ବରିଷ୍ଠ ସାମ୍ବାଦିକ ଏ ଆର ଖାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁନି ପ୍ରତିଭା ମାନଙ୍କୁ ମେଡାଲ, ପ୍ରମାଣପତ୍ର ଦ୍ୱାରା ସମ୍ବର୍ଦ୍ଧିତ କରି ସେମାନଙ୍କ ସଫଳତା କାମନା କରିବା ସହିତ ଶିକ୍ଷୟତ୍ରୀ ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଅଧ୍ୟକ୍ଷା ସର୍ବାଣି ମହାପାତ୍ର ସ୍ୱାଗତ ଭାଷଣ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ,ଶିକ୍ଷୟତ୍ରୀ ନିବେଦିତା ପଟ୍ଟନାୟକ, ଜୁଲି ପ୍ରଧାନ, ସୁଦୀପ୍ତା ଦାଶ, ମନୋଜ ମଞ୍ଜରୀ ଜେନା, ସୋନାଲି ଜେନା, କ୍ଷୀରବ୍ଧି ବଡ଼ପଣ୍ଡା, ସୋନାଲି ଅଧିକାରୀ କ୍ରୀଡ଼ା ସମାରୋହ ପରିଚାଳନା କରିଥିଲେ।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

9
803 views