logo

କେନ୍ଦୁଝର ଟାଉନ ପୋଲିସ ତରଫରୁ ସଚେତନ ବାର୍ତ୍ତା।

କେନ୍ଦୁଝର ଟାଉନ ପୋଲିସ ତରଫରୁ ସଚେତନ ବାର୍ତ୍ତା।
--------------------------------------------

କେନ୍ଦୁଝର: ୨୩/୧୨, ଆଜି କେନ୍ଦୁଝର ଟାଉନ ପୋଲିସ ଦ୍ୱାରା ସର୍ବସାଧାରଣ ସ୍ଥାନରେ ମାଦକ ଦ୍ରବ୍ୟ ସେବନ କରୁଥିବା ଓ ସାଧାରଣ ଲୋକଙ୍କୁ ଅସୁବିଧା ସୃଷ୍ଟି କରୁଥିବା କିଛି ବ୍ୟକ୍ତିଙ୍କୁ ଧରି ଥାନାକୁ ଆଣାଯାଇଥିଲା। ତାଙ୍କ ସହ ଉଚିତ କାଉନ୍ସେଲିଂ କରାଯାଇ ଆଗାମୀ ଦିନରେ ଏପରି କାର୍ଯ୍ୟରୁ ବିରତ ରହିବା ପାଇଁ ସଚେତନ କରାଯାଇଛି। ଭବିଷ୍ୟତରେ ଏପରି କାର୍ଯ୍ୟ ପୁନରାବୃତ୍ତି ହେଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଯେଉଁ ବ୍ଯକ୍ତି ବିଶେଷଙ୍କୁ ଥାନାରେ ଅଟକ ରଖାଯାଇଥିବା ଏହି ଭିଡିଓ ବାର୍ତ୍ତାରେ ଦେଖିବାକୁ ମିଳୁଅଛି। ସମସ୍ତଙ୍କୁ ସୁରକ୍ଷିତ ଓ ସଚେତନ କରାଇ ଟାଉନ ପୋଲିସ ତରଫରୁ ଛାଡି ଦିଆଯାଇଛି। ଏହି ଜନସଚେତନତା ବାର୍ତ୍ତା ଟାଉନ ପୋଲିସ ତରଫରୁ ସାର୍ବଜନୀନ କରାଯାଇଛି। ଜନସାଧାରଣ ଏପରି ଆଇନ ବିରୁଦ୍ଧାଚରଣ କରିବାରୁ ନିବୃତ୍ତ ରହିବା ସହିତ ନିଜ ଚିହ୍ନା ପରିଚିତ ବ୍ଯକ୍ତି ବିଶେଷଙ୍କୁ ସଚେତନ କରାଇ ଦିଅନ୍ତୁ।

ରିପୋର୍ଟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।

14
814 views