logo

ସଖାସଙ୍ଘ 32 ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଖୋର୍ଦ୍ଧା,୨୩.୧୨.୨୫(ଏ.ଆଇ.ଏମ.ଏ) ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ସଖା ସଂଘ କ୍ରିଡା ସଂସଦ ଆନୁକୂଲ୍ୟରେ ୩୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଅଛି।ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦଘାଟନୀ ଦିଵସରରେ ସଖା ସଂଘ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଗ୍ରାମଦେବୀ ହରଚଣ୍ଡିଙ୍କ ପୀଠରୁ ବାହାରି କଲେଜ ପଡ଼ିଆରେ ପହଞ୍ଚିବା ପରେ ଖେଳ ଆରମ୍ଭ ହୋଇଥିଲା।ସର୍ବପ୍ରଥମେ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ଅଧ୍ୟକ୍ଷା ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିଥିଲେ। ମୂଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ ମୁଖ୍ୟ ଅତିଥି, ଖୋର୍ଦ୍ଧା ର ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ , ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟା ସିଂ,ସମିତି ସଭ୍ୟା ଲୋପାମୂଦ୍ରା ଦାଶ,ଅନୁଷ୍ଠାନ ର ସଭାପତି ବିପିନ କୁମାର ଜୟସିଂହ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଶବର ସ୍ପୋଟିଂ କ୍ଲବ ଭୂବନେଶ୍ୱର ଓ ଏଫ୍.ଏ.ଏ ମଣିପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା।ନିର୍ଦ୍ଧାରିତ ସମୟ ମଧ୍ୟରେ ଶବର ସ୍ପୋଟିଂ କ୍ଲବ ଭୂବନେଶ୍ୱର ୨/0 ଗୋଲରେ ମଣିପୁରକୁ ହରାଇ ସେମି ଫାଇନାଲ କୁ ଉତୀର୍ଣ୍ଣ ହୋଇଛି।ସଖାସଙ୍ଘ ର ସମସ୍ତ ସଭ୍ୟ ଖେଳକୁ ସହଯୋଗ କରିଥିଲେ l

44
1517 views