logo

ମନରେଗା ଯୋଜନାରେ ଗାନ୍ଧୀଙ୍କ ନାମ ବାଦକୁ କଂଗ୍ରେସର ବିରୋଧ।

ମନରେଗା ଯୋଜନାରେ ଗାନ୍ଧୀଙ୍କ ନାମ ବାଦକୁ କଂଗ୍ରେସର ବିରୋଧ।

କେନ୍ଦୁଝର : କେନ୍ଦୁଝର ଜ଼ିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି l ଆଜି ଏକ ବିରାଟ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ସ୍ଥାନୀୟ କଂଗ୍ରେସ ଭବନ ଠାରୁ କେନ୍ଦୁଝର ଜ଼ିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଯାଇ ବିକ୍ଷୋଭ କରିଥିଲେ ଏବଂ ଅତିରିକ୍ତ ଜ଼ିଲ୍ଲାପାଳଙ୍କ ଏକ ସ୍ମାରୀକ ପତ୍ର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ଜେନା, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ସାଂସଦ ଯଶବନ୍ତ ସିଂ ଲାଗୁରି, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ପୂର୍ବତନ ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାୟକ, ଘସିପୁରା କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁବ୍ରତ କୁମାର ଚକ୍ର, ଜ଼ିଲ୍ଲା ପଛୁଆବର୍ଗ କଂଗ୍ରେସ ସଭାପତି ଯଦୁମଣି ବାରିକ, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ବ୍ଲକ ସଭାପତି ସୁବ୍ରତ କୁମାର ନାୟକ, ରାମଚନ୍ଦ୍ର ମହାରଣା, ଅମିତ କୁମାର ମହାନ୍ତ, ରଂଜିତ ବେହେରା, ହାଡିବନ୍ଧୁ ଖୁଣ୍ଟିଆ, କଂଗ୍ରେସ ନେତା ବସନ୍ତ କୁମାର ଦାସ, ଲଳିତ ମୋହନ ନାୟକ, ଚିତ୍ତରଞ୍ଜନ ପାତ୍ର, ଦିନେଶ କୁମାର ରାଉତ, ସୁଢଳ କୁମାର ସାହୁ, ସୁବଳ ରାଉତ, ଯୁବ ନେତା ମାନସ ରଞ୍ଜନ ଜେନା, ସୁବ୍ରତ ପ୍ରଧାନ, ପ୍ରଦୀପ ବେହେରା, ପ୍ରମୋଦ ବେହେରା, ସୌମ୍ୟରଞ୍ଜନ ରାଉତ, ଦିଲ୍ଲୀପ କୁମାର ଜେନା, ଗୌରହରି ନାଏକ, ହୃଦୟ ରଞ୍ଜନ ସିଂହ, ଐତିହ ଦିବ୍ୟ ସିଂହ, ସୁଶାନ୍ତ କୁମାର ଜେନା, ସୃଜନୀ ନାଏକ ଓ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

1
657 views