କୋରାପୁଟ କୁ 545 କୋଟି ର ଭେଟି
ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବ ' ପରବ - ୨୦୨୫' ର ଚତୁର୍ଥ ସନ୍ଧ୍ୟାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଆୟୋଜିତ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସହ ମହୋତ୍ସବରେ ପ୍ରଦର୍ଶିତ ବିଭିନ୍ନ ଷ୍ଟଲର ପରିଦର୍ଶନ କରିଥିଲେ। ଏହି ଅବସରରେ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ , ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ, କୋରାପୁଟ ଓ ନବରଙ୍ଗପୁରର ମାନ୍ୟବର ସାଂସଦଗଣ , କୋରାପୁଟ, କୋଟପାଡ଼, ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗୀ ର ମାନ୍ୟବର ବିଧାୟକ ଗଣ, ଜିଲ୍ଲା ପରିଷଦ ସଭାପତି, ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅତିଥି ବୃନ୍ଦ ଉପସ୍ଥିତ ଥିଲେ।