logo

ଧାନବେଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୦୦୬ ମସିହା ବ୍ୟାଚ ଛାତ୍ର ସାମ୍ମିଳନୀ।

ଧାନବେଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୦୦୬ ମସିହା ବ୍ୟାଚ ଛାତ୍ର ସାମ୍ମିଳନୀ।

ପାଟଣା-ସାହାରପଡା ବ୍ଲକ ଅନ୍ତର୍ଗତ କପୁଣ୍ଡି ଗ୍ରାମ ପଞ୍ଚାୟତ ର ଧାନବେଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର 2006 ମସିହା ବ୍ୟାଚର ଛାତ୍ର ସମ୍ମିଳନୀ ବୈତରଣୀ ତୀର୍ଥ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ର ପୁରାତନ ଛାତ୍ରଛାତ୍ରୀ ଏହି ସମ୍ମିଳନୀରେ ସାମିଲ ହୋଇଥିଲେ।ବିଦ୍ୟାଳୟ ର ପୂର୍ବତନ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରହରି ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୁଣା ଦିନର ସ୍ମୃତି କୁ ମନେ ପକାଇ ଥିଲେ।ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗୁରୁ ଶିଷ୍ୟ ର ଅନାବିଳ ସମ୍ପର୍କ ସବୁଦିନ ରହିବା ଉଚିତ ବୋଲି କହିଥିଲେ।କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ସୁକାନ୍ତ ମହାନ୍ତ, ଶ୍ରୀକାନ୍ତ ମହାନ୍ତ, ଶିକ୍ଷକ ଶ୍ରୀକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।ଦୀର୍ଘ ଦିନ ପରେ ପୁରୁଣା ଦିନର ଶିକ୍ଷକ ଓ ସାଙ୍ଗସାଥି ଙ୍କୁ ଏକାଠି କରିବାର ପ୍ରୟୋସ କୁ ପ୍ରସଂଶା କରିଥିଲେ।ପୁରୁଣା ସାଙ୍ଗ ମାନେ ମଧ୍ୟ ଏକାଠି ହୋଇ ଅଭୁଲା ସ୍ମୃତି କୁ ମନେ ପକାଇ ଆନନ୍ଦ ଅନୁଭବ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଚିତ୍ର ସେନ ମହାନ୍ତ, କାବ୍ୟରଞ୍ଜନ ସେଠୀ, ଦୀପକ ମହାପାତ୍ର, ଦିବ୍ୟରଞ୍ଜନ ଭୋଇ, ଦିଲ୍ଲୀପ କୁମାର ମହାନ୍ତ, ଉମାକାନ୍ତ ମହାନ୍ତ, ରାଜେନ୍ଦ୍ର ମହାନ୍ତ, ସାଗରିକା ମହାନ୍ତ, ମନୋରମା ମହାନ୍ତ, ଝରଣା ମହାନ୍ତ ଦିବ୍ୟସ୍ମିତା ମହାନ୍ତ ପ୍ରମୁଖ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

6
446 views