logo

ସ୍ବାଭିମାନ - ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଙ୍କ ଦ୍ଵାରା ରଚିତ କବିତା।

*ସ୍ବାଭିମାନ*

ସ୍ଵାଭିମାନୀ ହୋଇ ବଞ୍ଚିବା
ହାତ ପାତିବା ନାହିଁ

ମିଛୁଆ,ଲାଞ୍ଚୁଆ ‌ହୋଇକି
ପଲଉ ଭୁଞ୍ଜିବାନି।

ଶାଗ ପଖାଳରେ ଶାନ୍ତି ରେ
ଉଦର ଯେ ପୁରାଇ

ସତବାଟେ ସଦା ଚାଲଇ
ଶ୍ରେଷ୍ଠ ଜନ ଟି ସେହି।

ସ୍ଵାଭିମାନୀ ହୋଇ ବଞ୍ଚିଲେ
ପ୍ରଭୁ କୃପା ମିଳଇ

ସମସ୍ୟା ଘେରରେ ଥିଲେବି
ରକ୍ଷା କରନ୍ତି ସାଇଁ 🙏

ଯେତେ କଷ୍ଟ ଆସୁ ଜୀବନେ
ଅସ୍ଥିର ନୋହି ଚିତ୍ତ

ସ୍ବାଭିମାନ ସହ ଜିଇଁଲେ
ପ୍ରଭୁ ଦେଖାନ୍ତି ପଥ।

କୁପଥେ ନଯାଇ ସୁପଥେ
ଆସ ସଭିଏଁ ଯିବା
ସ୍ଵାଭିମାନୀ ହୋଇ ସଂସାରେ
ଆମେ ଯଶ ରଖିବା।

ଜୟ ଜଗନ୍ନାଥ 🙏
ପୁଷ୍ପା ଞ୍ଜଳି ଆଚାର୍ଯ୍ୟ
ପୁରୁଣା ବଜାର
କେନ୍ଦୁଝର।
ମୋବାଇଲ: 87631 58585

9
408 views