logo

ବିଶିଷ୍ଟ କବି ଦେବାଶିଷ ଚକ୍ରବର୍ତ୍ତୀ ସମ୍ବର୍ଦ୍ଧିତ।

ବିଶିଷ୍ଟ କବି ଦେବାଶିଷ ଚକ୍ରବର୍ତ୍ତୀ ସମ୍ବର୍ଦ୍ଧିତ।
********************************
କେନ୍ଦୁଝର ତା ୨୧/୧୨- ରବିବାର ପୂର୍ବାହ୍ନ ରେ ସୋରୋ ସ୍ଥିତ ଗାଁ ମଜଲିସ୍ ସାହିତ୍ୟ ସଂସଦ ର ଛତିଶତମ ବାର୍ଷିକ ଉତ୍ସବ ରେ ବିଶିଷ୍ଟ କବି ଦେବାଶିଷ ଚକ୍ରବର୍ତ୍ତୀ ଙ୍କୁ କବିତା ରଚନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ବିଧାୟକ ମାଧବ ଚନ୍ଦ୍ର ଧଡା, ସାହିତ୍ୟିକା ବୈଜୟନ୍ତିମାଳା ଶତପଥୀ ଓ ପ୍ରାଧ୍ୟାପକ ଜଗନ୍ନାଥ ଜେନା ଙ୍କ ଉପସ୍ଥିତି ଓ ଡକ୍ଟର୍ ରମାକାନ୍ତ ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ସାହିତ୍ୟ ସମାଲୋଚକ ପ୍ରଫେସର ବୈଷ୍ଣବ ଚରଣ ସାମଲ ଶ୍ରୀ ଚକ୍ରବର୍ତ୍ତୀ ଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପସ୍ତବକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପ୍ରକାଶ ଥାଉ କି ଶ୍ରୀ ଚକ୍ରବର୍ତ୍ତୀ ତାଙ୍କର ନିରବଛିନ୍ନ ସାହିତ୍ୟ ସାଧନା ପାଇଁ ସର୍ବପୁରାତନ ସାରସ୍ୱତ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ସମେତ ଅର୍ଦ୍ଧଶତାଧିକ ସାରସ୍ୱତ ପ୍ରତିଷ୍ଠାନ ଓ ସାହିତ୍ୟ ପତ୍ରିକା ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ସାହିତ୍ୟ ର ବିଭିନ୍ନ ବିଭାଗ ରେ ଲେଖନୀ ଚାଳନା କରି କୋଡ଼ିଏ ଟି ପୁସ୍ତକ ରଚନା କରି ଉତ୍କଳୀୟ ବାଣୀ ଭଣ୍ଡାର ର ଶ୍ରୀବୃଦ୍ଧି ସାଧନ କରିଛନ୍ତି। ଅଧୁନା ଶ୍ରୀ ଚକ୍ରବର୍ତ୍ତୀ କେନ୍ଦୁଝର ର ସର୍ବ ପୁରାତନ ସାରସ୍ୱତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ର ସଭାପତି ଭାବରେ ଅବସ୍ଥାପିତ ହୋଇ କେନ୍ଦୁଝର ର ସାହିତ୍ୟ ର ବିକାଶ ରେ ସକ୍ରିୟ ଭୂମିକା ଗ୍ରହଣ କରି ଆସୁଛନ୍ତି।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

18
795 views