logo

ପଇଦାପାଟଣା ଠାରେ ୧୨ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ।

ପଇଦାପାଟଣା ଠାରେ ୧୨ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ।


କେନ୍ଦୁଝର,ତା୨୦/୧୨- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପଇଦାପାଟଣା ପଞ୍ଚାୟତ ଖେଳପଡିଆରେ ୧୨ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇ ମୁଖ୍ୟଅତିଥି ଭାବେ ପୂର୍ବତନ ପ୍ରଶାସକ ଡ. ଶମ୍ଭୁନାଥ ରାଉତ, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ସଞ୍ଜୟ କୁମାର ସାହୁ ଯୋଗ ଦେଇଥିଲେ l ସେହିପରି ସମ୍ମାନିତ ଅତିଥିଭାବେ ପୂର୍ବତନ ମଣ୍ଡଳ ସଭାପତି ଗୋଲକ ବଳ, ପୂର୍ବତନ ସାଧାରଣ ସମ୍ପାଦକ ଶରତ ବେଜ, ଘଟଗାଁ ମଣ୍ଡଳ ଉପ ସଭାପତି ମକରଧ୍ଵଜ ବେହେରା, ସମାଜସେବୀ ଭୋଳାନାଥ ମହାନ୍ତ,ପ୍ରଶାନ୍ତ ଗିରି, କୈଳାସ ନାୟକ, ରବିନ୍ଦ୍ର ଚାମ୍ପିଆ ମଞ୍ଚାସୀନ ହୋଇଥିଲେ l କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ସଂଘର ସଭାପତି ଜଗନ୍ନାଥ ମହାନ୍ତ l କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସମ୍ପାଦକ ହୃଷୀକେଶ ମହାନ୍ତ,କୋଷାଧ୍ୟକ୍ଷ ରମାକାନ୍ତ ମହାନ୍ତ , ନବକିଶୋର ନାୟକ, ଉପସଭାପତି ବିପିନ ବିହାରୀ ମହାନ୍ତଙ୍କ ସମେତ ସଭ୍ଯ ବୁବୁ ନାୟକ,ଫୁତୁଲୁ ନାୟକ,ମଣ୍ଟୁ ନାୟକ ଓ ଗଜେନ୍ଦ୍ର ମହାନ୍ତ। ଭାଷ୍ଯକାର ଭାବରେ ଶାନ୍ତନୁ ବାରିକ୍ ଓ କୁନାଲ ପଣ୍ଡା ଯୋଗ ଦେଇଥିଲେ। ରେଫରୀ ଭାବେ ବେଣୁଧର ଗାଗରାଇ,ବୃନ୍ଦାବନ ମୁଣ୍ଡା, ସନ୍ତୋଷ ମହାକୁଡ଼, ସଞ୍ଜୟ ନାୟକ ସହଯୋଗ କରିଥିଲେ। ପ୍ରଥମ ମ୍ୟାଚଟି ଗୁରୁବିଷ୍ଣୁ ଏଫସି ସହିତ ଜୁନିଅର ଏଫସି ମଧ୍ୟରେ ହୋଇଥିଲା। ପରସ୍ପର ମଧ୍ୟରେ ସୁସମ୍ପର୍କ,ଭାଇଚାରା ଓ ସହଯୋଗ ମନୋଭାବ ରଖି ଖେଳିବାକୁ ନିମନ୍ତ୍ରିତ ଅତିଥିମାନେ ପରାମର୍ଶ ଦେଇଥିଲେ ଓ ଟୁର୍ଣ୍ଣାମେଣ୍ଟର ସଫଳତା କାମନା କରିଥିଲେ। ଆଜିର ଖେଳକୁ ଶହ ଶହ ଫୁଟବଲ ପ୍ରେମୀ ଉପଭୋଗ କରିଥିଲେ।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

5
501 views