logo

ଅସହାୟଙ୍କୁ ସାହାଯ୍ୟ ର ହାତ ବଢ଼ାଇଲେ ସମାଜସେବୀ ଗୋପିନାଥ ରାମ।

ଅସହାୟଙ୍କୁ ସାହାଯ୍ୟ ର ହାତ ବଢ଼ାଇଲେ ସମାଜସେବୀ ଗୋପିନାଥ ରାମ।

କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ବିଧାନସଭା ସଦର ନିର୍ବାଚନ ମଣ୍ଡଳୀରୁ ବାଂଶପାଳ ବ୍ଲକ ର କୁଁଆର ପଞ୍ଚୟାତ ସ୍ଥିତ ନୀତିଗୋଠ ଗ୍ରାମର ସୁନାଫୁଲ ବାରିକ ନାମକ ଏକ ଦୁଃଖିନୀ ଗରିବ ଏବଂ ଅସହାୟ ମହିଳାଙ୍କୁ ସାହାଯ୍ୟ ର ହାତ ବଢ଼ାଇଛନ୍ତି ଯୁବ ସମାଜସେବୀ ତଥା ଜିଲ୍ଲା ବିଜେପିର ଉପସଭାପତି ଗୋପୀନାଥ ରାମ। ଗୋନାସିକା ମଣ୍ଡଳ ର ସଭାପତି ଏବଂ ବିଜେପି କର୍ମକର୍ତ୍ତାଙ୍କ ସହ ସମାଜସେବୀ ଗୋପ ରାମ ଅସହାୟ ମହିଳାଙ୍କ ଘରେ ପହଂଚି ତାଙ୍କୁ ସାହାଯ୍ୟ କରିବା ସହ ବିପଦ ସମୟରେ ଧର୍ଯ୍ୟ ଏବଂ ସାହସ ରଖିବାକୁ ନିବେଦନ କରିଛନ୍ତି। ଏହା ବ୍ୟତୀତ ଆଗାମୀ ଦିନରେ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ମିଳିବ ବୋଲି ଶ୍ରୀଯୁକ୍ତ ରାମ ତାଙ୍କୁ ପ୍ରତିଶୃତି ଦେଇଛନ୍ତି। ଗୋପ ରାମ କେନ୍ଦୁଝରଗଡ ପୁରୁଣା ସହରର ସ୍ଥାୟୀ ବାସିନ୍ଦା ତଥା ବିଜେପି ଦଳରେ କେନ୍ଦୁଝର ଜିଲ୍ଲାର ଜଣେ ଜଣାସୁଣା ଆଗଧାଡ଼ିର ନେତୃବର୍ଗ ଓ ସକ୍ରୀୟ କର୍ମୀ ଅଟନ୍ତି। ରାଜନୀତି ସହିତ ସମାଜସେବାରେ ମଧ୍ଯ ଗୋପ ରାମ ଅସହାୟ ଲୋକଙ୍କ ସେବା କରିବା ପାଇଁ ସବୁବେଳେ ସକ୍ରିୟ ରହିଛନ୍ତି।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

13
1055 views