logo

ସ୍ବର୍ଗତ ବନମାଳୀ ଦାଶଙ୍କ ଏକାଦଶାହ କାର୍ଯ୍ୟକ୍ରମ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ।

ସ୍ବର୍ଗତ ବନମାଳୀ ଦାଶଙ୍କ ଏକାଦଶାହ କାର୍ଯ୍ୟକ୍ରମ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ।

ସ୍ବର୍ଗତ ବନମାଳୀ ଦାଶ କେନ୍ଦୁଝର ଖବର ର ସମ୍ପାଦକ ଦେବୀଶଙ୍କର ଦାଶ ଙ୍କର ପିତା ଅଟନ୍ତି।

କେନ୍ଦୁଝର:୨୦/୧୨- କେନ୍ଦୁଝରଗଡ ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୧୪ (ବୁଲାଦ୍ବାର ସାହି) ନିବାସୀ ସ୍ବର୍ଗତ ବନମାଳୀ ଦାଶ ଚଳିତ ଇଂରାଜୀ ବର୍ଷ ୨୦୨୫, ଡିସେମ୍ବର ମାସ ୧୦ ତାରିଖ ବୁଧବାର ଦ୍ବିପ୍ରହର ସମୟରେ ଶେଷନିଃଶ୍ଵାସ ପରିତ୍ଯାଗ କରି ପରଲୋକ ଗମନ କରିଛନ୍ତି। ତାଙ୍କର ପୁତ୍ର ଦେବୀଶଙ୍କର ଦାଶ ପିତାଙ୍କର ପାର୍ଥିବ ଶରୀରରେ ସନାତନ ଧର୍ମ ନୀତିନିୟମ ଅନୁଯାୟୀ ଶ୍ରୀକ୍ଷେତ୍ର ପୁରି ସ୍ଥିତ ସ୍ବର୍ଗ ଦ୍ବାରରେ ମୁଖାଗ୍ନି ଦେଇ ଦାହ ସଂସ୍କାର କରିଛନ୍ତି। ସ୍ବର୍ଗତ ବନମାଳୀ ଦାଶ ଙ୍କର ଶେଷ ସମୟରେ ପରିବାରବର୍ଗ, ବନ୍ଧୁବାନ୍ଧବ, ଆତ୍ମୀୟସ୍ବଜନ ନିକଟରେ ଉପସ୍ଥିତ ରହିଥିଲେ। ସ୍ବର୍ଗତ ବନମାଳୀ ଦାଶ ବୟସାଧିକ୍ୟ କାରଣରୁ ଚିକିତ୍ସାଧିନ ଥିଲେ। ସ୍ବର୍ଗତ ବନମାଳୀ ଦାଶ ପ୍ରାଣତ୍ଯାଗ ବେଳକୁ ପ୍ରାୟତଃ ୯୦ ବର୍ଷ ବୟସ ପାଖାପାଖି ହୋଇଥିଲା। ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ତଥା ଏପରି ଦୁଃଖଦାୟକ ପରିସ୍ଥିତି ରେ ଶୋକାକୁଳ ପରିବାରବର୍ଗ ଏବଂ ଆତ୍ମୀୟସ୍ବଜନ ଙ୍କୁ ସହିବା ପାଇଁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଅପାର କ୍ରୁପା ପ୍ରଦାନ କରିବା ପାଇଁ ପ୍ରାର୍ଥନା କରୁଅଛୁ। ସ୍ବର୍ଗତ ବନମାଳୀ ଦାଶଙ୍କ ଏକାଦଶାହ କାର୍ଯ୍ୟକ୍ରମ ଡିସେମ୍ବର ୨୦ ତାରିଖରେ ଅନେକ ମାନ୍ୟଗଣ୍ୟ ବ୍ଯକ୍ତି ସମୁହ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସ୍ବର୍ଗତ ବନମାଳୀ ଦାଶ ଜଣେ ସାଧାରଣ ତଥା ମେଳାପୀ ଓ ପରୋପକାରୀ ବ୍ଯକ୍ତି ଥିଲେ। ତାଙ୍କର ସୁପୁତ୍ର ଦେବୀଶଙ୍କର ଦାଶ କେନ୍ଦୁଝର ଖବର ନାମକ ସମ୍ବାଦପତ୍ରର ସମ୍ପାଦକ ଅଟନ୍ତି। ସ୍ବର୍ଗତ ବନମାଳୀ ଦାଶଙ୍କ ଏକାଦଶାହ କାର୍ଯ୍ୟକ୍ରମ ରେ ଆମନ୍ତ୍ରିତ ଅତିଥିମାନଙ୍କୁ ଦର୍ଶନ କରି ସମସ୍ତଙ୍କୁ ସତ ସମ୍ମାନ ପ୍ରଦର୍ଶନ କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିବା କାରଣରୁ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ବିନମ୍ରତାର ସହିତ ଧନ୍ଯବାଦ ସହିତ କ୍ରୁତଜ୍ଞତା ଜଣାଇଛନ୍ତି।

ସୌଜନ୍ୟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର, ମୋବାଇଲ: ୮୪୫୬୦୬୨୮୭୬

14
1682 views