logo

ଶୀତଗୀତ ରାଗ-କଲ୍ୟାଣ ଆହାରୀ:- ହରିହର ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।

ଶୀତଗୀତ
ରାଗ-କଲ୍ୟାଣ ଆହାରୀ
*****************

ଶାରଦୀୟ ମଧୁ ଜୋଛନା ପରଶ
କାଳ ତେଜିବାରୁ ଧରା ଯେ,
ଅତି ଖରତର ପ୍ରବଳ କାକର
ଅବନୀ ଦିଶିଲା ତୋରା ଯେ,
ସମୀର-ବିଞ୍ଚିଲା ତୁଷାର ବ୍ୟଜନ,
ଶୀତେ ଜଡସଡ ହୋଇ ଜୀବକୁଳ
ଲୋଡିଲେ ତପନ କିରଣ । ୧।
ଆକାଶ ଭୂତଳ ଭେଦି ଚକ୍ରବାଳ
କୁଜ୍ଝଟିକା ହେଲା ପ୍ରବଳ,
ପରସ୍ତ ପରସ୍ତ ପାଦପ ଶାଖାରେ
ଲେସିଲା ପାଣ୍ଡୁର ଧବଳ
ପ୍ରଭାତେ-ଅଦୃଶ୍ୟ ହେଲା ବାଟଘାଟ
ପଥଚାରୀ ଜନ କି ଯାନବାହନ
ଚାଳକର ହେଲା ସଂକଟ I୨I
ଶିଶିର ଆଘାତେ ହୋଇ ମର୍ମାହତ
କମଳ ଲୁଚିଲା କାସାରେ
କ୍ଷୁଦ୍ର ମୀନକୁଳ ହୋଇ ହୀନବଳ
ଓଲଟିଲେ ନଦୀ ଶଯ୍ୟାରେ
ଏକାଳେ-ବକପନ୍ତି ତେଜି ଅଳସ
ସୁବର୍ଣ୍ଣ ସୁଯୋଗ ମଣି ବେଗେବେଗେ
ଅନାୟାସେ ଗ୍ରାସି ହରଷ । ୩।

ଟୀକା-ବ୍ୟଜନ-ବିଞ୍ଚଣା, କୁଜ୍ଝ୍ ଟିକା - କୁହୁଡି,କାସା-ପୋଖରୀ


ହରିହର ମହାନ୍ତ
କୁଲାଡେରା, ମଣ୍ଡୁଆ, କେନ୍ଦୁଝର
8328928793

10
654 views