logo

ବୈତରଣୀ ତୀରେ ତୀରେ କେତେ ଶୈବ ପୀଠ(୨)- ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।

ବୈତରଣୀ ତୀରେ ତୀରେ କେତେ ଶୈବ ପୀଠ(୨)
‌ ‌
ବୈତରଣୀ ତୀରେ ଆଉ ଶୈବ ପୀଠ କେତେ
ଭୀମକୁଣ୍ଡ ଠାରେ ଭୀମେଶ୍ୱର ଖ୍ୟାତ ସେତେ।
ମୁରାବାଲି ଠାରେ ବିଜେ ଝାଡ଼େଶ୍ୱର ବାବା
ଆନନ୍ଦପୁରେ ଆନନ୍ଦେଶ୍ୱର ଦେଖି କାବା ।
ବାଲୁଙ୍କେଶ୍ୱର ଦେଖ ଫକୀରପୁର ଯାଇ
ଜଅଁରା ଗର୍ବିତ ଜଳେଶ୍ୱରଙ୍କୁରେ ପାଇ ।
ଟୁକୁଣାର ନାମ ଅଛି କୁଣ୍ଡେଶ୍ୱର ପାଇଁ
ପରେ ତ ପର୍ବତେଶ୍ୱର ବୁଲିଯିବେ ମାଈଁ ।
ଖୋଜନ୍ତି ରହିଲା କାହିଁ ଶିବନାରାୟଣପୁର
ପଞ୍ଚୁଗୋଛିଆରେ ବିଜେ ଯେ ଉତ୍ତରେଶ୍ୱର ।
ତରଭାରେ ବରେଶ୍ୱର କରିବା ଦର୍ଶନ
ମଧୁକେଶରୀରେ ମଧୁକେଶ୍ୱର ଆସ୍ଥାନ ।
ବାଲିବରୁଆଁରେ ବାଲୁଙ୍କେଶ୍ୱର ତ ବିଜେ
ଓଡ଼ପଡ଼ା ହିଡ଼ମ୍ବେଶ୍ୱର ମୁଁ ଦେଖିଛି ନିଜେ ।
ଗେଡ଼ମା ବା ହାଵଳେଶ୍ୱର ଯେଉଁ ସ୍ଥାନ
ହାବଳେଶ୍ୱର କରିଛନ୍ତି ଅବସ୍ଥାନ।
ଏହିଠାରେ କେନ୍ଦୁଝର ଜିଲ୍ଲା ଶେଷ ସୀମା
ସବୁ ଶିବପୀଠର ତ ଅନେକ ମହିମା ।
ସଂହାର କରତା ସିଏ ବାବା ଯୋଗୀ ଶିବ
"ନମୋଃ ଶିବାୟ" ଗାଇ ମୋ ଜୀବନ ଯିବ ।


ନୀଳମଣି ଚାନ୍ଦ
ପୁରୁଣିଆଁ, ଶାଳପଡ଼ା, ଆନନ୍ଦପୁର
କେନ୍ଦୁଝର, ମୋ:୯୫୮୩୨୦୨୩୫୭

14
517 views