logo

ଖବର ଆଜିର, ୨୧ ଡିସେମ୍ବର, ରବିବାର

*ଖବର ଆଜିର, ୨୧ ଡିସେମ୍ବର, ରବିବାର*
=======================
କାଲିର ତାପମାତ୍ରା ଜି. ଉଦୟଗିରି ୪.୬ ଡିଗ୍ରି, ସେମିଳିଗୁଡ଼ା ୫.୧, ଫୁଲବାଣୀ ୫.୮, ଚିପିଲିମା ୭.୬, ଝାରସୁଗୁଡ଼ା ୮.୯, ଅନୁଗୁଳ ଭବାନୀପାଟଣା ଓ ନବରଙ୍ଗପୁର ୯, ବୌଦ୍ଧ ୯.୬, ରାଉରକେଲା ୧୦ ଡିଗ୍ରି

ରାଜ୍ୟର ପ୍ରତି ପଞ୍ଚାୟତରେ ହେବ ସମବାୟ ସମିତି। ସେଥିପାଇଁ କାମ ଚାଲିଛି ବୋଲି କହିଲେ ମନ୍ତ୍ରୀ।

ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଗାଡିକୁ ମିଳିବନି ପେଟ୍ରୋଲ, ଡିଜେଲ୍। ଓଡ଼ିଶାରେ ନିୟମ ଲାଗୁ ହେଲା।

ଗାଡିଚାଳକଙ୍କୁ ଧରିବା ପାଇଁ ରାଜ୍ୟ ପରିବହନ ବିଭାଗର ନିର୍ଦ୍ଦେଶ। ଅଳ୍ପ ଭୁଲ ହେଲେ ବି ମୋଟା ଅଙ୍କର ଫାଇନ ପଡିବ। ମିଛ ଫାଇନ ପଡୁଛି, ହନ୍ତସନ୍ତ ଗାଡି ମାଲିକ।

ଟାଟା ପାୱାର ର ମନମୁଖୀ ପଦକ୍ଷେପରେ ଗ୍ରାହକ ଅଣନିଶ୍ଵାସୀ। ବିଦ୍ୟୁତ୍ ଶୁଳ୍କ ପୁଣି ବଢ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ। ସରକାରଙ୍କ ନୀରବ ସମର୍ଥନ।

ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ। ୩୦୦ ଟପିଲା ଏକ୍ୟୁଆଇ ବାୟୁ ଗୁଣବତ୍ତା ସୂଚକାଙ୍କ ମାନ। ବିଷାକ୍ତ ହେଲାଣି ବାୟୁମଣ୍ଡଳ।

ଭୁବନେଶ୍ବରରେ ପୁଣି ଆଉଜଣେ ନାବାଳିକାକୁ ସହିଦନଗରର ହୋଟେଲରେ ଗଣଦୁଷ୍କର୍ମ ଅଭିଯୋଗ। ପୁରୁଷ ବନ୍ଧୁ ସମ୍ପୃକ୍ତ, ଦୁଇଜଣ ଗିରଫ।

ଭୁବନେଶ୍ୱରର ରୋଗଗ୍ରସ୍ତ ଜୀବନ୍ତ ବୃଦ୍ଧଙ୍କୁ ‌ରାଉରକେଲା ରାସ୍ତାରେ ଫିଙ୍ଗିଦେଇ ଚାଲିଗଲେ ଭଉଣୀ ଓ ସମ୍ପର୍କୀୟ। ଆରଜିଏଚ ରେ ଭର୍ତ୍ତି କଲେ ସମାଜସେବୀ

ବଲାଙ୍ଗୀର ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ମୃତ ଛୁଆକୁ ଧରି ରାତିସାରା ବାରଣ୍ଡାରେ ବସିଲେ ବାପା ମା। ଶବାଗାରରେ କେହି ରଖିଲେନି, କି ଯିବାକୁ ଅନୁମତି ଦେଲେନି।

ନବରଙ୍ଗପୁର ଡାବୁଗାଁରେ ବାଇକ୍ ଦୁର୍ଘଟଣାରେ ଜଣେ ମୃତ। ସ୍ବାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ ପାଇଁ ୧୮ ଘଣ୍ଟା ପଡି ରହିଲା ମୃତ ଦେହ

ଭୁବନେଶ୍ୱରରେ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ଭାଇରାଲ କରିଥିବା ଅଭିଯୋଗରେ ଇତିଶ ପ୍ରଧାନ ଗିରଫ ହେଲେ।

ଜଗତସିଂହପୁରରେ ପୋଲିସର ଥାର୍ଡ ଡିଗ୍ରୀ। ବାପା ନାଁରେ ଚୋରି ଅଭିଯୋଗ ଘଟଣାରେ ନାବାଳକ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲା ପୋଲିସ।

ବୌଦ୍ଧରେ ୧୮ ଜଣ ମାଓବାଦୀଙ୍କ ପାଇଁ ୮ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ପୁଲିସ।

କଟକ ଜିଲ୍ଲା ଆଠଗଡ଼ରେ ଝିଅର ହତ୍ୟାକାରୀ ବାପାକୁ ୧୦ ବର୍ଷ ଜେଲଦଣ୍ଡ ଏବଂ ୧୦ ହଜାର ଟଙ୍କାର ଜୋରିମାନା ଦେବାକୁ ଆଦେଶ।

ରାଉରକେଲାରେ ରାତାରାତି ଲକ୍ଷପତି କରାଇବାର ସ୍ୱପ୍ନ ଦେଖାଉଥିଲେ। ୬ ଟଙ୍କିଆ ଲଟେରୀ ଟିକେଟ ରାକେଟ ଧରାପଡିଲା, ୪ ଗିରଫ।

ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ତିନୋଟି ବୋମାମାଡ଼, ଭାଙ୍ଗିଗଲା ଦୋକାନ ଘର।

ଯାଜପୁର ବିଞ୍ଝାରପୁରର ଭାରପ୍ରାପ୍ତ ତହସିଲଦାର ଲାଞ୍ଚ ନେବା ବେଳେ ଧରାପଡିଲେ।

ଜଗତସିଂହପୁର ବନ ବିଭାଗ ରେଞ୍ଜରଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ଼।

ରାୟଗଡାରେ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ବିବାଦ ତୁଟିଲା। ସର୍ବଦଳୀୟ ବୈଠକରେ ମୂର୍ତ୍ତି ସ୍ଥାନାନ୍ତର ନେଇ ନିଷ୍ପତ୍ତି

ରାୟଗଡା ଜିଲ୍ଲା ଅମ୍ବାଦଳାରେ ଘର ଭିତରୁ ବୃଦ୍ଧାଙ୍କ ପୋଡା ମୃତ ଶରୀର ଉଦ୍ଧାର। ସୁନା ପାଇଁ ହତ୍ୟା ସନ୍ଦେହ

କନ୍ଧମାଳ ଜିଲ୍ଲାରେ ବଡ଼ଦିନ ପାଇଁ ଗାଁ ଗାଁରେ ପୁଲିସର ଫ୍ଲାଗମାର୍ଚ୍ଚ। ସୁରକ୍ଷା ବ୍ୟବସ୍ଥା କଡାକଡି।

ଆସାମ ଗୁଆହାଟୀରେ ହାତୀପଲକୁ ଧକ୍କା ଦେଲା ରାଜଧାନୀ ଏକ୍ସପ୍ରେସ। ଆଠ ହାତୀ ମୃତ, ୫ ବଗି ଲାଇନଚ୍ୟୁତ।

ଗଗନୟାନ ମିଶନ ପାଇଁ ‘ଇସ୍ରୋ’ର ଡ୍ରୋଗ ପାରାସୁଟ୍ ପରୀକ୍ଷଣ ସଫଳ।

ନରେନ୍ଦ୍ର ମୋଦୀଙ୍କ ନୂଆ ଷ୍ଟାଇଲ୍। ଓମାନ ଗସ୍ତ ବେଳେ କାନରେ ଇୟର ରିଙ୍ଗ୍ ପିନ୍ଧିଥିବା ଫଟୋ ଭାଇରାଲ।

ଦୁବାଇରେ ୧୯ ବର୍ଷରୁ କମ୍ କ୍ରିକେଟ ଏସିଆ କପ୍ ମ୍ୟାଚରେ ଆଜି ଭାରତ ପାକିସ୍ତାନ ଫାଇନାଲ।

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ ଓ ପତ୍ନୀ ବୁଶରା ବିବିଙ୍କୁ ୧୭ ବର୍ଷ ଜେଲ୍ ଶୁଣାଇଲେ କୋର୍ଟ। ୧ କୋଟି ଟଙ୍କାର ଜୋରିମାନା ଆଦେଶ।

ଆତଙ୍କବାଦୀଙ୍କୁ ଟାର୍ଗେଟ କରି ସିରିଆ ଉପରେ ଆମେରିକାର ଆକ୍ରମଣ।

ଓଡ଼ିଶାର ବିଭିନ୍ନ ସହରରେ ହୋର୍ଡିଙ୍ଗ ବିଜ୍ଞାପନ ଦେବାପାଇଁ ସମ୍ପର୍କ କରନ୍ତୁ। 99373 45001
www.odishahoardings.com

*ଗତବର୍ଷ ଏଇ ସମୟରେ*
ବଣ୍ଡାଘାଟି ବାସୀଙ୍କୁ ଆବାସ ପାଇଁ ଅଧିକ ୫୦ ହଜାର ଟଙ୍କା ଦିଆଯିବ ବୋଲି କହିଥିଲେ ସରକାର

କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ଚଢ଼ାଉ କରାଇଥିଲେ ନୂଆ ସରକାର। କିଛି ପାଇଲେନି

ମଧ୍ୟପ୍ରଦେଶ ଭୋପାଳ ମିଣ୍ଡୋରି ଜଙ୍ଗଲରେ ପରିତ୍ୟକ୍ତ କାରରୁ ୫୨ କିଲୋ ସୁନା ଓ ଦଶ କୋଟି ଟଂକା ଜବତ।
=======================
ଆଜି ବର୍ଷର ସବୁଠୁ ଲମ୍ବା ରାତି ଓ ଛୋଟ ଦିନ

ଆଜି ଜନ୍ମଦିନ: ରାଜା ମାନ ସିଂ, କେ. ଶ୍ରୀକାନ୍ତ, ଗୋବିନ୍ଦା, ତମନ୍ନା, ଜଗନ ରେଡ୍ଡୀ, କ୍ରିସ ଏଭର୍ଟ, ଅମିନ ସାୟାନୀ, ଶ୍ୟାମାମଣି ଦେବୀ (ଓଡିଶୀ)

ଆଜି ତିରୋଧାନ: ତେଜି ବଚନ, ପିକେ ଆୟାଙ୍ଗାର

ଇତିହାସରେ ଆଜି: (୧୭୦୪) ସରସା ଯୁଦ୍ଧରେ ମୋଗଲ ଓ ଶିଖ ଲଢ଼ିଲେ/ (୧୮୪୫) ଫିରୋଜ ଶାହ ଯୁଦ୍ଧରେ ବ୍ରିଟିଶ ଓ ଶିଖ ଲଢ଼ିଲେ/ (୧୮୯୮) ରେଡିୟମ ଆବିଷ୍କାର କଲେ ମ୍ୟାରୀ କ୍ୟୁରୀ/ (୧୯୨୩) ନେପାଳ ସମ୍ପୂର୍ଣ୍ଣ ସ୍ୱାଧୀନ ରାଷ୍ଟ୍ର ହେଲା/ (୧୯୩୧) ନ୍ୟୁୟର୍କ ୱାର୍ଲଡ଼ ପତ୍ରିକାରେ ବିଶ୍ବର ପ୍ରଥମ କ୍ରସୱାର୍ଡ ପ୍ରକାଶିତ ହେଲା/ (୧୯୬୨) ନାଟୋ ଆଣବିକ ସଙ୍ଘ ପାଇଁ ଆମେରିକା ଓ ବ୍ରିଟେନ ର ନିଷ୍ପତ୍ତି/ (୧୯୭୪) ପ୍ରଥମ ଭାରତୀୟ ବୁଡାଜାହାଜ ଶତବାହନ ନିୟୋଜିତ/ (୨୦୧୨) ୟୁଟ୍ୟୁବ ରେ ବିଲିୟନ ଭିଉ ହେବାରେ ପ୍ରଥମ ଭିଡିଓ ହେଲା "ଗଙ୍ଗନମ ଷ୍ଟାଇଲ"

1
499 views