logo

ସରସ୍ଵତୀ ବିଦ୍ୟାମନ୍ଦିର ଦାମନଯୋଡିର ବାର୍ଷିକ ଉତ୍ସବ ଅନୁଷ୍ଠିତ, ଦାମନଯୋଡି,କୋରାପୁଟ, ଓଡିଶା,ତା୧୯/୧୨/୨୫(ଶନିବାର)

*ଵିଦ୍ୟା ମନ୍ଦିର ଏକ ମଣିଷ ତିଆରି କାରଖାନା ମୁଖ୍ୟ ଅତିଥି:
ସରସ୍ୱତୀ ବିଦ୍ୟାମନ୍ଦିର ଦାମନଯୋଡ଼ି ବାର୍ଷିକ ଉତ୍ସବ ପାଳିତ*


ଦାମନଯୋଡ଼ି   , ୧୯/୧୨/୨୦୨୫ : ନବରତ୍ନ କମ୍ପାନୀନାଲକୋ ଶିଳ୍ପାଞ୍ଚଳସ୍ଥିତ ସରସ୍ଵତୀ ବିଦ୍ୟାମନ୍ଦିର,ଦାମନଯୋଡ଼ି  ଶିକ୍ଷାନୁଷ୍ଠାନର ୩୮ତମ ବାର୍ଷିକ  ଉତ୍ସବ ଶୁକ୍ରବାର ଦିନ ବିଦ୍ୟାଳୟ ପରିସରରେ ବହୁ ଆଡ଼ମ୍ବର, ଉତ୍ସାହ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଯାଇଛି। ଉତ୍ସବର ଆରମ୍ଭରେ  ମୁଖ୍ୟ  ଅତିଥି, ଭାବେ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ କୋରାପୁଟ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ସରସ୍ଵତୀଙ୍କ ନିକଟରେ ପ୍ରଦୀପ ପଜ୍ଜ୍ୱଳନ କରି କାର୍ଯକ୍ରମର ଶୁଭାରମ୍ଭ କରିଥିଲେ । ପରେ ପରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ବିଦ୍ୟାଳୟର ପ୍ରାଚୀର ମୁଖପତ୍ର ପ୍ରାଚୀଶ୍ରୀ  ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସଭାପତି ପୁରୁଷୋତ୍ତମ ମହାନ୍ତ ( ମୁଖ୍ୟ  ମହାପ୍ରବନ୍ଧକ ଖଣି ) ମୁଖ୍ୟ ବକ୍ତା ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସମ୍ପାଦକ ଡକ୍ଟର ଚିତ୍ତରଂଜନ ମିଶ୍ର , ବିତ୍ତ ସଭ୍ୟ  ପ୍ରଶାନ୍ତ କୁମାର ମହାରଣା (ମହାପ୍ରବନ୍ଧକ) ଚନ୍ଦ୍ର ମୋହନ ମହନ୍ତ ମହାପ୍ରବନ୍ଧକ ଓ ବିଦ୍ୟାମନ୍ଦିର ପରିଚାଳନା ସମିତିର ପ୍ରଶାସନିକ ସଭ୍ୟ ବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।  ଏତତ୍ ବ୍ୟତୀତ ନାଲକୋର ବିଭିନ୍ନ ବିଭାଗର  ମୁଖ୍ୟ ମହାପ୍ରବନ୍ଧକ , ମହାପ୍ରବନ୍ଧକ, ଉପ ମହାପ୍ରବନ୍ଧକ ମାନେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ପ୍ରଫେସର ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ ଯେ ଶିକ୍ଷା ହେଉଛି ଚରିତ୍ର ନିର୍ମାଣର କେନ୍ଦ୍ର । ଶିକ୍ଷକ ହେଉଛନ୍ତି ପଥ ପ୍ରଦର୍ଶକ । ବିଦ୍ୟା ଠାରୁ ପବିତ୍ର ଜିନିଷ ଦୁନିଆରେ କିଛିନାହିଁ ।  ମୁଖ୍ୟ ବକ୍ତା ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି ଶିକ୍ଷା କେବଳ ପୁସ୍ତକୀୟ ଜ୍ଞାନରେ ସୀମିତ ନୁହେଁ, ବରଂ ଛାତ୍ରଛାତ୍ରୀମାନେ ଶିଷ୍ଠାଚାର, ସଂସ୍କାର, ଦେଶଭକ୍ତି ଓ ନୀତିମୂଳକ ମୂଲ୍ୟବୋଧକୁ ନିଜ ଜୀବନରେ ଅନୁସରଣ କରିବା ଆବଶ୍ୟକ। ସେ ବିଦ୍ୟାଳୟର ଶିକ୍ଷାଦାନ ପ୍ରଣାଳୀ ଓ ଶିକ୍ଷକମାନଙ୍କର ନିଷ୍ଠାକୁ ପ୍ରଶଂସା କରିଥିଲେ। ଅତିଥି ମାନଙ୍କ ପରିଚୟ ଓ ମଞ୍ଚ ପରିଚାଳନା  ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସାହୁ ମଞ୍ଚ ପରିଚାଳନା କରିଥିଲେ ।ବିଦ୍ୟାମନ୍ଦିର ଅଧ୍ୟକ୍ଷ ଡକ୍ଟର ଶୁଭ୍ରାଂଶୁ ଶେଖର ବାହିନୀ ପତି ମହୋଦୟ ବିଦ୍ୟାଳୟର  ବାର୍ଷିକ ବିବରଣୀ ପାଠ କରିଥିଲେ ।ତାଙ୍କ ଅଭିଭାଷଣରେ ବର୍ଷଟି ସାରା ବିଦ୍ୟାଳୟର ଶିକ୍ଷାତ୍ମକ, ସାଂସ୍କୃତିକ ଓ କ୍ରୀଡ଼ାତ୍ମକ କାର୍ଯ୍ୟକଳାପର ସବିସ୍ତାର ବିବରଣୀ ଉପସ୍ଥାପନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ବିଦ୍ୟାଳୟ ନିରନ୍ତର ଚେଷ୍ଟାଶୀଳ ବୋଲି ସେ କହିଥିଲେ।ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ଦେଶଭକ୍ତିମୂଳକ ଗୀତ, ସାମୂହିକ ନୃତ୍ୟ, ଲୋକନୃତ୍ୟ, ନାରୀଶିକ୍ଷା ମୂଳକ ନାଟକ ( ରେବତୀ ବଞ୍ଚିଛି ) ଓ ସମାଜସଚେତନତା ଭିତ୍ତିକ ଉପସ୍ଥାପନା ଦର୍ଶକମାନଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। ପ୍ରତ୍ୟେକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା, ଆତ୍ମବିଶ୍ୱାସ ଓ ଶିଷ୍ଠାଚାର ସ୍ପଷ୍ଟ ଭାବେ ପ୍ରକାଶ ପାଇଥିଲା।ଏହି ଅବସରରେ ଶିଶୁ , ବାଲ୍  , କିଶୋର , ତରୁଣ ବର୍ଗରେ ଓ ବିଭିନ୍ନ ବିଷୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା  , କ୍ରୀଡ଼ା  କ୍ଷେତ୍ର  , ସାଂସ୍କୃତିକ , ଶିସ୍ଟାଚାରରେ ଉତ୍କୃଷ୍ଟ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା। ପୁରସ୍କାର ପାଇଥିବା ଛାତ୍ରଛାତ୍ରୀମାନଙ୍କ ମୁହଁରେ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଥିଲା।  ଡକ୍ଟର ଗୋଧୋଳି ଦୋରା , ଡକ୍ଟର ସ୍ଵାତୀ ଚାଟାର୍ଜୀ , ଅନୁଜା ସରକାର , ବୃନ୍ଦାବନ ଖଣ୍ଡୁଆଳ ଙ୍କ ସଂଯୋଜନାରେ ଆୟୋଜିତ ସାଂସ୍କୃତିକ ବିଚିତ୍ରା କାର୍ଯକ୍ରମ ପ୍ରବଳ ଶୀତ ୨.୯ ସତ୍ତ୍ୱେ ଛାତ୍ରଛାତ୍ରୀ , ଅଭିଭାବକ ବୃନ୍ଦ , ବିଦ୍ୟାମନ୍ଦିରର ଆଲୁମିନି ମାନେ ଏହି ରଙ୍ଗାରଙ୍ଗ କାର୍ଯକ୍ରମର ଭରପୁର ମଜା ଉଠାଇଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ। ପରିଶେଷରେ ଭାରପ୍ରାପ୍ତ ଉପାଧ୍ୟକ୍ଷ ପ୍ରଦୀପ କୁମାର ଜଗତି  ଧନ୍ୟବାଦ୍ ଅର୍ପଣ କରିଥିଲେ  କାର୍ଯକ୍ରମର ଶେଷରେ ରାଷ୍ଟ୍ରଗୀତ ଗାନ କରାଯାଇ ଉତ୍ସବର ସମାପ୍ତି ଘୋଷଣା କରାଯାଇଥିଲା। ସମଗ୍ର ବାର୍ଷିକ ଦିବସ ଉତ୍ସବ ସରସ୍ଵତୀ ବିଦ୍ୟାମନ୍ଦିର ଦାମନଯୋଡି ଶିକ୍ଷା, ସଂସ୍କାର ଓ ସଂସ୍କୃତି ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ପୁନଃ ପ୍ରମାଣିତ କରିଥିଲା।

154
7643 views