ବିଜେଡ଼ି ନେତାଙ୍କ ମଣ୍ଡି ପରିଦର୍ଶନ
କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡି କୁ ବିଜେଡ଼ି ର ଏକ ଦଳ ପରିଦର୍ଶନ କରୁଛନ୍ତି।ମଣ୍ଡି କୁ ଯାଇ ଚାଷୀ ଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରି କିପରି ମଣ୍ଡି ଗୁଡ଼ିକ ରେ ସୁବିଧା ରହିଛି ତାହାର ଅନୁଧ୍ୟାନ କରୁଛନ୍ତି।ତେବେ ଜୟପାଟଣା ବ୍ଳକ ର ସର୍ଗିଗୁଡା ଓ ବଡ଼କର୍ଲାକୋଟ ମଣ୍ଡି କୁ ଆଜି ଲାଞ୍ଜିଗଡ଼ ବିଧାୟକ ତଥା ବିଜେଡି ର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦିଶାରୀ ସହ ଅନେକ ବିଜେଡି ନେତା,କର୍ମୀ ପରିଦର୍ଶନ କରିଛନ୍ତି।ଚାଷୀ ଙ୍କ ଧାନ କୁ ସୁରୁଖୁରୁରେ ସଂଗ୍ରହ କରିବାକୁ କର୍ମଚାରୀ ମାନଙ୍କୁ ବିଧାୟକ ଶ୍ରୀ ଦିଶାରୀ ନିର୍ଦ୍ଦେଶ ଦେଇଛନ୍ତି ।