logo

କାଶିପାଳ ପଞ୍ଚାୟତ ହାଇସ୍କୁଲ ର ବାର୍ଷିକଉତ୍ସବ ପାଳିତ।

କାଶିପାଳ ପଞ୍ଚାୟତ ହାଇସ୍କୁଲ ର ବାର୍ଷିକଉତ୍ସବ ପାଳିତ।

ଭଣ୍ଡା -19/12,ଚମ୍ପୁଆ ବ୍ଲକ କାଶିପାଳ ପଞ୍ଚାୟତ ଅନ୍ତର୍ଗତ କାଶିପାଳ ପଞ୍ଚାୟତ ହାଇସ୍କୁଲର 37ତମ ବାର୍ଷିକ ଉତ୍ସବ ସରପଞ୍ଚ ଜୟକୃଷ୍ଣ ନାଏକଙ୍କ ସଭାପତିତ୍ୱ ରେ ମହାସମାରୋହ ରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ପାଟଣା ର ପୂର୍ବତନ ବିଧାୟକ ତଥା ତତ୍କାଳୀନ ଯୋଜନା ବୋର୍ଡ ଅଧ୍ୟକ୍ଷ ହୃଷିକେଶ ନାଏକ, ମୁଖ୍ୟବକ୍ତା ଭାବେ ଚମ୍ପୁଆ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ, ସମ୍ମାନିତ ଅତିଥିଭାବେ ଶିକ୍ଷାବିତ ତଥା କବି କୈଳାସ ଚନ୍ଦ୍ର ତନ୍ତୀ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଚତୃର୍ଭୁଜ ପ୍ରଧାନ, ସଂସ୍କୃତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ "ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନେ ସୁଶିକ୍ଷା ଗ୍ରହଣ କରି ସୁ ନାଗରିକ ହେବାକୁ ଦିଗଦର୍ଶନ ଦେଇ ପିଲାଙ୍କ ସୃଜନଶୀଳତା ଓ ବୌଦ୍ଧିକ ବିକାଶ ପାଇଁ ନୈତିକ ଶିକ୍ଷାର ଆବଶ୍ୟକତା ଲୋଡ଼ା ବୋଲି ମତ ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମ କୁ ସଂସ୍କୃତ ଶିକ୍ଷୟିତ୍ରୀ ଭବାନୀ ପାତ୍ର ସଂଯୋଜନା କରିଥିବା ବେଳେ ପ୍ରଧାନଶିକ୍ଷକ ଧନେଶ୍ୱର ମହାନ୍ତ ଅତିଥି ପରିଚୟ ପ୍ରଦାନ କରି ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ l ଏହି ଅବସରରେ ଅତିଥିମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସାଟିପିକେଟ, ଟ୍ରଫି ଦେଇ ପୁରସ୍କୃତ କରିଥିଲେ l ଶେଷରେ ସଙ୍ଗୀତ ଶିଳ୍ପୀ ବିଜୟ କୁମାର ବାରିକ ଙ୍କ ନିର୍ଦେଶିତ ସାସ୍କୃତିକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ନୃତ୍ୟ, ସଙ୍ଗୀତ ପରିବେଷଣ କରିଥିଲେ l ହିନ୍ଦୀ ଶିକ୍ଷକ ଭକ୍ତବନ୍ଧୁ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧନେଶ୍ୱର ମହାନ୍ତ, ଶିକ୍ଷୟିତ୍ରୀ ଲିପସା ନାଏକ, ଲଳିତା ନାଏକ, ସ୍ମିତା ଲାଗୁରୀ, ଭବାନୀ ପାତ୍ର, ଭକ୍ତବନ୍ଧୁ ମହାନ୍ତ, ବିମ୍ବାଧର ମହାନ୍ତଙ୍କ ଦ୍ଵାରା ଉତ୍ସବ ପରିଚାଳିତ ହୋଇଥିଲା l

ଡମ୍ବରୁଧର ମହାନ୍ତଙ୍କ ରିପୋର୍ଟ।

34
1191 views