logo

ଟାଉନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ।

ଟାଉନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ।

କେନ୍ଦୁଝର,ତା୧୯/୧୨- କେନ୍ଦୁଝର ପୁରୁଣା ବଜାରସ୍ଥିତ ଟାଉନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତାର ୫୮ତମ ସଂସ୍କରଣ ଆଜି ପୂର୍ବାହ୍ନରେ କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ଉଦଘାଟିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ଯୁଗ୍ମ ସମ୍ପାଦକ ରବୀନ୍ଦ୍ର କୁମାର ପାଢ଼ୀ ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ଉଦଘାଟନ କରିବା ସହ କ୍ରୀଡାର ଉପାଦେୟତା ତଥା ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ l ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁର ସଭାପତି ସୁଶ୍ରୀ ସଂଯୁକ୍ତା ମହାନ୍ତି ଏବଂ ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ ଯୋଗ ଦେଇ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସବର ସଫଳତା କାମନା କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣ କୁମାର ସଭାପତିତ୍ୱ କରିଥିଲେ ଏବଂ ଶିକ୍ଷୟତ୍ରୀ ମିନାକ୍ଷୀ ସାହୁ ସଭା ପରିଚାଳନା କରିଥିଲେ l ସଭା ଶେଷ ହେଵା ପରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ତତ୍ତ୍ୱବଧାନରେ ଛାତ୍ରୀ ମାନେ ନଗର ଭବନ ନିକଟସ୍ଥ ଷ୍ଟାଡିୟମକୁ ଯାଇ ବିଭିନ୍ନ ଅlଥଲେଟିକ ପ୍ରତିଯୋଗିତାରେ ଭାଗ ନେଇଥିଲେ l ଖେଳ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ସାହୁ ତତ୍ୱାବଧାନରେ ଛାତ୍ରୀ ମାନେ ୮୦୦ମି,୪୦୦ମି, ୨୦୦ମି,୧୦୦ମି ଦୌଡ଼, ଲମ୍ବା ଡିଆଁ, ଉଚ୍ଚ ଡିଆଁ, ଗୋଳl ଫିଙ୍ଗା, ବର୍ଚ୍ଛା ଫିଙ୍ଗା ଆଦି ଖେଳ ଅନୁଷ୍ଠିତ ହୋଇଥିଲା l ଏହି ସମସ୍ତ କ୍ରୀଡା ଗୁଡିକ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ପ୍ରକାଶ ରଞ୍ଜନ ମହାନ୍ତି, ଦେବେନ୍ଦ୍ର ସେଠୀ, ଶିକ୍ଷୟତ୍ରୀ ମମତା ହାଜରl, ଧରିତ୍ରୀ ନାୟକ, ରଜନୀ ବୋଦ୍ରା, ଅର୍ପିତା ମହାନ୍ତି କର୍ମଚାରୀ ଗଙ୍ଗାଧର ସାହୁ ତଥା ସ୍ଥାନୀୟ ଧରଣୀଧର ବିଶ୍ୱବିଦ୍ୟାଳୟରୁ ପ୍ରାକ୍ଟିସିଂ ଟିଚିଂ ପାଇଁ ଆସିଥିବା ବିଏଡ଼ ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ l

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

16
770 views